ବୀର ସାବରକରଙ୍କୁ ସମ୍ମାନ କରୁ ନଥିବା ଲୋକଙ୍କୁ ମାଡ଼ ଦରକାର : ଶିବସେନା ମୁଖ୍ୟ ଉଦ୍ଧବ ଠାକରେ

ମୁମ୍ବାଇ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରରେ ମହାନ ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ପ୍ରତିମୂର୍ତ୍ତିକୁ ଦିଆଯାଇଥିବା ଅପମାନକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସେ ଏହାର ପ୍ରତିବାଦରେ କହିଛନ୍ତି ଯେ ଯେଉଁ ଲୋକମାନେ ବୀର ସାବରକରଙ୍କୁ ସମ୍ମାନ କରୁ ନାହାନ୍ତି, ତାଙ୍କୁ ମାଡ଼ ଦିଆଯିବା ଦରକାର । ସେଭଳି ବ୍ୟକ୍ତିମାନଙ୍କୁ ଲୋକଙ୍କ ସାମ୍ନାରେ ମାଡ଼ ମରାଯିବା ଦରକାର ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଆହୁରି ମଧ୍ୟ କହିଛନ୍ତି କି ଯେଉଁ ଲୋକମାନେ ବୀର ସାବରକରଙ୍କ ପ୍ରତି ସମ୍ମାନ କରୁନାହାନ୍ତି, ସେମାନେ ଭାରତ ସ୍ୱାଧୀନତା ହାସଲ କରିବାରେ ବୀର ସାବରକରଙ୍କ ଭୂମିକା ସଂପର୍କରେ କିଛି ଜାଣି ନାହାନ୍ତି ।

ସୂଚନାଯୋଗ୍ୟ ଦିଲ୍ଲୀ ଏନଏସୟୁଆଇ ଅଧ୍ୟକ୍ଷ ଅକ୍ଷୟ ଲାକ୍ରା ବୀର ସାବରକରଙ୍କ ମୂର୍ତ୍ତିକୁ ଅସମ୍ମାନ ଜଣାଇଥିଲେ । କେବଳ ସେତିକି ନୁହେଁ, ରାହୁଲ ଗାନ୍ଧୀ ମଧ୍ୟ ପୂର୍ବରୁ ସାବରକରଙ୍କୁ ଅପମାନ ଦେଇଛନ୍ତି ।

Veer Savarkar- India TV
photo-indiatv

ସୂଚନାଯୋଗ୍ୟ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବିବାଦ ସମୟରେ ଏନଏସୟୁଆଇ ରାଷ୍ଟ୍ରୀୟ ସଚିବ ସାଏମନ ଫାରୁକି କହିଥିଲେ, ଯେ ସେ ସମସ୍ତଙ୍କୁ ମନେ ପକାଇ ଦେଉଛନ୍ତି ଯେ, ସାବରକର ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରିଥିଲେ ଏବଂ ତ୍ରିରଙ୍ଗା ଉଡାଇବାକୁ ମନା କରି ଦେଇଥିଲେ । ସେ ଭାରତୀୟ ସମ୍ବିଧାନକୁ ଅସମ୍ମାନ ଜଣାଇ ମନୁସ୍ମୁତି ଓ ହିନ୍ଦୁ ରାଷ୍ଟ୍ର ଦାବି କରିଥିଲେ । ସହିଦ ଭଗତ ସିଂହ ଓ ସୁବାଷ ଚନ୍ଦ୍ର ବୋଷଙ୍କ ସହିତ ସାବରକରଙ୍କୁ ତୁଳନା କରାଯିବା ଠିକ୍ ନୁହେଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର