ମୁମ୍ବାଇ, : ମହାରାଷ୍ଟ୍ର କ୍ୟାବିନେଟ୍ ସମ୍ପ୍ରସାରଣ ହେବାର ପାଖାପାଖି ସପ୍ତାହେ ବିତିଯାଇଥିଲେ ମଧ୍ୟ ଏଯାବତ ବିଭାଗ ବଣ୍ଟନ ହୋଇପାରି ନାହିଁ। ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇଛି। କଂଗ୍ରେସ ଏବଂ ଶିବସେନାର ବହୁ ବରିଷ୍ଠ ନେତା ଅସନ୍ତୁଷ୍ଟ ଅଛନ୍ତି। ଶିବସେନା ମନ୍ତ୍ରୀ ଅବଦୁଲ ସତ୍ତାର ମହା ବିକାଶ ଅଗାଢ଼ି ସରକାରରୁ ଇସ୍ତଫା ଦେଇଥିବା ଖବର ଆଜି ଦିନ ସାରା ଚର୍ଚ୍ଚାରେ ରହିଥିଲା। ସତ୍ତାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ଶିବସେନାରେ ଯୋଗ ଦେଇଥିଲେ। ମିଳିଥିବା ସୂଚନାନୁଯାୟୀ ସତ୍ତାରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ନଦେଇ ରାଷ୍ଟ୍ର ମନ୍ତ୍ରୀ କରାଯିବାରୁ ସେ ଅସନ୍ତୁଷ୍ଟ ଅଛନ୍ତି। ତେବେ ଏହି ମାମଲାରେ ସତ୍ତାର କହିଛନ୍ତି ଯେ ସେ ଇସ୍ତଫା ଦେବାକୁ ଯୋଜନା କରିଥିଲେ ମଧ୍ୟଏ ସଂପର୍କରେ ଆସନ୍ତାକାଲି ପଦକ୍ଷେପ ନେବେ। ଆଜି ସେ ଇସ୍ତଫା ଦେଇଥିବା ଖବର ଗୁଜବ ବୋଲି କହିଥିବା ବେଳେ ଶିବସେନା ପକ୍ଷରୁ ମଧ୍ୟ ଇସ୍ତଫା ଖବରକୁ ଖଣ୍ଡନ କରାଯାଇଛି। ସତ୍ତାର ଆସନ୍ତାକାଲି ଉଦ୍ଧବ ଠାକ୍ରେଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ଅବଦୁଲ ସତ୍ତାରଙ୍କ ଇସ୍ତଫା ସଂକ୍ରାନ୍ତରେ ମହାରାଷ୍ଟ୍ର ସରକାରଙ୍କ ନିକଟରେ କୌଣସି ଖବର ନାହିଁ। କ୍ୟାବିନେଟ୍ରେ କୌଣସି ମତଭେଦ ନାହିଁ। ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ପଦ ମିଳିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ କୈଳାସ ଗୋରନ୍ତ୍ୟାଲ୍। କୈଳାସ କହିଛନ୍ତି ସେ ସମସ୍ତ ଦଳୀୟ ପଦବୀରୁ ଆସନ୍ତାକାଲି ଇସ୍ତଫା ଦେବେ ।
ଉଦ୍ଧବଙ୍କ ଅଡ଼ୁଆ ବଢ଼ିଲା, ଇସ୍ତଫା ଦେବାକୁ ଧମକ ଦେଲେ କଂଗ୍ରେସ ବିଧାୟକ
ସରକାରରେ କନ୍ଦଳ ତେଜୁଛି
/sambad/media/post_attachments/wp-content/uploads/2020/01/xghn65s4fj798sf7jhsf4jh2fs41nh32f14n65fs7njh8sf4jh3f2shsfhsfhjsfh.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)