‘ଉଦ୍ୟୋମୀ ଉତ୍ସବ’କୁ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନବସୃଜନ ମାଧ୍ୟମରେ ସାମାଜିକ ଓ ଆର୍ଥିକ ଆହ୍ୱାନକୁ ଚିହ୍ନଟ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ କାମ କରିବା – ଧର୍ମେନ୍ଦ୍ର ପ୍ରଧାନ
ଓଡିଶା ସମେତ ଦେଶର ଅନେକ ଯୁବ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ସାମିଲ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆତ୍ମନିର୍ଭର ହେବା ପାଇଁ ଆହ୍ୱାନ କରିଛନ୍ତି। ସାଂପ୍ରତିକ ସମୟରେ ନୂଆ ନୂଆ ଇନୋଭେସନ ବା ନବସୃଜନ ମାଧ୍ୟମରେ ସାମାଜିକ ଏବଂ ଅର୍ଥନୈତିକ ଆହ୍ୱାନକୁ ଚିହ୍ନଟ କରି ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଯୁବ ଉଦ୍ୟୋଗୀମାନେ କାମ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭିଡ଼ିଓ କନଫରେନ୍ସିଂ ଯୋଗେ ‘ଉଦ୍ୟୋମୀ ଉତ୍ସବ’ର ଉଦ୍‌ଘାଟନ କରିବା ଅବସରରେ ଆହ୍ୱାନ କରିଛନ୍ତି । ଓଡିଶା ସମେତ ଦେଶର ଅନେକ ଯୁବ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଓଡିଶା ସମେତ ଦେଶର ଅନେକ ଯୁବ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ସମୟରେ ଯୁବ ଉଦ୍ୟୋଗୀମାନଙ୍କୁ ଉଦ୍ୟୋଗ ଏବଂ ନବସୃଜନ ପାଇଁ ଥିବା ଚ୍ୟାଲେଞ୍ଜକୁ ବୁଝି କାମ କରିବାର ଆବଶ୍ୟକତା ରହିଛି । ଏହି ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବାକୁ ପଡ଼ିବ। ଦେଶର ସାଂପ୍ରତିକ ପରିସ୍ଥିତିରେ ସମସ୍ତଙ୍କୁ ସାମାଜର ମଙ୍ଗଳ ନିମନ୍ତେ “ୱେଲଥ୍ କ୍ରିଏସନ” ବା ସ୍ଥାୟୀ ଭିତ୍ତିଭୂମିର ବିକାଶ ଉଭୟ ଉପରେ ଗୁରୁତ୍ୱ ଦେଇ ଆଗକୁ ବଢିବାକୁ ପଡ଼ିବ । ଉଦ୍ୟୋଗୀମାନଙ୍କୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ସମନ୍ୱୟ ରକ୍ଷା କରି ଏକ ମଡେଲ୍ ତିଆରି କରିବାର ଆବଶ୍ୟକତା ରହିଛି । ଯାହା ବିଶ୍ୱକୁ ସ୍ଥାୟୀ ଭାବେ ଆର୍ଥିକ ଉପଲବ୍ଧି କରିବାରେ ଲାଭଦାୟକ ହେବ ।

ଭାରତ ସରକାର ଉଦ୍ୟୋଗୀ ଏବଂ ନବସୃଜନକୁ ପ୍ରୋତ୍ସାହନ ଯୋଗାଇବା ନେଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ନବସୃଜନ ଏବଂ ଉଦ୍ୟୋଗୀଙ୍କ ପାଇଁ ସବୁ ସ୍ତରରେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ପେଟ୍ରୋଲିୟମ ଏବଂ ଇସ୍ପାତ୍ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଉଭୟ ଉଦ୍ୟୋଗ ଏବଂ ଉଦ୍ୟୋଗୀଙ୍କ ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଉଛି । ଇନ୍ଧନ ଗ୍ୟାସର ହୋମ୍ ଡେଲିଭରି କିମ୍ବା ଜୈବ ଇନ୍ଧନ, ଏହି ଉର୍ଜା କ୍ଷେତ୍ରରେ ଅନେକ ଯୁବ ଉଦ୍ୟୋଗୀମାନେ ସାମିଲ ହେଉଛନ୍ତି। ଅନେକ ମହିଳା ଉଦ୍ୟୋଗୀମାନେ ମଧ୍ୟ ଏ କ୍ଷେତ୍ରରେ ସାମିଲ ହୋଇ ନିଜ ନିଜର ସଫଳ ମାର୍ଗ ତିଆରି କରିପାରିଛନ୍ତି । ଘରୋଇ ଉଦ୍ୟୋଗୀଙ୍କୁ ସହାୟତା କରିବାକୁ ଭାରତ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର