ଓଡ଼ିଶା ସମେତ ୫ ରାଜ୍ୟକୁ ଅଧିକ ସମୟ ଦେଲା ୟୁଜିସି

ନୂଆଦିଲ୍ଲୀ : ସ୍ନାତକୋତ୍ତର ଓ ସ୍ନାତକ ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା କରାଇବାକୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଓ ମେଘାଳୟକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧିକ ସମୟ ପ୍ରଦାନ କରିଛି। ପରୀକ୍ଷା କରାଇବାର ଆଜି ଥିଲା ଅନ୍ତିମ ତାରିଖ। ଅକ୍ଟୋବର ମାସରେ ପରୀକ୍ଷା କରାଯିବାକୁ ନେଇ ୫ଟି ରାଜ୍ୟ ୟୁଜିସି ନିକଟରେ ଅନୁମତି ଲୋଡ଼ିଥିଲେ, ଯାହାକୁ ୟୁଜିସି ମଞ୍ଜୁରୀ ପ୍ରଦାନ କରିଛି। ଫଳରେ ଏହି ୫ ରାଜ୍ୟ ଅକ୍ଟୋବର ମାସରେ ସ୍ନାତକୋତ୍ତର ଓ ସ୍ନାତକ ପାଠ୍ୟକ୍ରମ ଅନ୍ତିମ ବର୍ଷର ପରୀକ୍ଷା କରାଇ ପାରିବେ।

ଉଲ୍ଲେଖଯୋଗ୍ୟ, ୟୁଜିସି ଦ୍ୱାରା ରାଜ୍ୟମାନଙ୍କୁ ସ୍ନାତକୋତ୍ତର ଓ ସ୍ନାତକ ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ସେପ୍ଟମ୍ବର ୩୦ ସୁଦ୍ଧା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପାଞ୍ଚ ରାଜ୍ୟ ସୁପ୍ରିମକୋର୍ଟରେ ମାମଲା ଦାଏର କରି ୟୁଜିସିର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ଗତ ମାସ ୨୮ରେ ୟୁଜିସି ନିଷ୍ପତ୍ତିକୁ କାଏମ୍ ରଖି ରାଜ୍ୟମାନଙ୍କୁ ଅନ୍ତିମ ବର୍ଷର ପରୀକ୍ଷା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର