ୟୁଜିସି ଗାଇଡଲାଇନ : ପରୀକ୍ଷା ସମ୍ଭବ ନହେଲେ ପୂର୍ବ ସେମିଷ୍ଟର ପ୍ରଦର୍ଶନ, ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ପିଲାଙ୍କୁ ଗ୍ରେଡ ଦିଆଯିବ

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ସାରା ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ପରୀକ୍ଷା, ଶିକ୍ଷାଦାନ ଆଦିକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଏହାକୁ ନେଇୟୁଜିସି ପକ୍ଷରୁ ବିଶ୍ୱବିଦ୍ୟାଳୟମାନଙ୍କୁ କେତେକ ପରାମର୍ଶ ଦିଆଯାଇଛି । ଯଦି ପରୀକ୍ଷା ଆୟୋଜନ କରିବା ସମ୍ଭବ ହେଉନାହିଁ, ତେବେ ବିଶ୍ୱ ବିଦ୍ୟାଳୟମାନେ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ମାର୍କ, ପୂର୍ବ ସେମିଷ୍ଟରରେ ପ୍ରଦର୍ଶନ ଭିତ୍ତିରେ ଗ୍ରେଡ ଦେବା ଆବଶ୍ୟକ । ଯଦି କୈଣସି ଛାତ୍ର କିମ୍ବା ଛାତ୍ରୀଙ୍କର ପୂର୍ବ ସେମିଷ୍ଟରର ନମ୍ବର ଉପଲବ୍ଧ ନାହିଁ, ତେବେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ମାଧ୍ୟମରେ ଚୂଡ଼ାନ୍ତ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ । ଇଣ୍ଟରନାଲ ଇଭାଲ୍ୟୁଏସନ ବା ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଏକ ନିୟମିତ ମୂଲ୍ୟାଙ୍କନ ପ୍ରକ୍ରିୟା ହେବା ଆବଶ୍ୟକ ଯେଉଁଥିରେ ଛାତ୍ରର ପ୍ରିଲିମିନାରୀ ମାର୍କ, ମିଡ-ସେମିଷ୍ଟର ମାର୍କ ଆଦିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ।

ଏକ ସରଳ ପ୍ରକ୍ରିୟା ମାଧ୍ୟମରେ କମ ସମୟରେ ଏହି କାର୍ଯ୍ୟକୁ ସାରିବାକୁ ୟୁଜିିସି ପକ୍ଷରୁ କୁହାଯାଇଛି । ଉନ୍ନତ ପ୍ରକ୍ରିୟା ମାଧ୍ୟମରେ ପରୀକ୍ଷାକୁ ୩ ଘଣ୍ଟା ବଦଳରେ ୨ ଘଣ୍ଟା କରିବାକୁ କୁହାଯାଇଛି । ଆହୁରି ମଧ୍ୟ ଯେଉଁ ପିଲାମାନେ ନିଜର ଗ୍ରେଡରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଉଥରେ ସୁଯୋଗ ଦିଆଯିବା ଆବଶ୍ୟକ । ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ କୋଭିଡ-୧୯ ସେଲ ଗଠନ କରିବାକୁ କୁହାଯାଇଛି । ପରୀକ୍ଷା କରିବା ସମ୍ଭବ ନହେଲେ ୫୦ ପ୍ରତିଶତ ମାର୍କ ଇଣ୍ଟରନାଲ ଆସେସମେଣ୍ଟ ଓ ଆଉ ୫୦ ପ୍ରତିଶତ ମାର୍କ ପୂର୍ବ ସେମିଷ୍ଟର ମାର୍କ ଅନୁସାରେ ଦଆଯିବ । ପ୍ରାକଫିକାଲ ଓ ଭାଇଭା ଭଏସ ପରୀକ୍ଷା ସ୍କାଇପି ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର