ନୂଆଦିଲ୍ଲୀ: ଜୁନ୍ ସେସନ ପାଇଁ ଉଭୟ ୟୁଜିସି ନେଟ ଏବଂ ସିଏସଆଇଆର ନେଟ ପରୀକ୍ଷା ପାଇଁ ଆବେଦନ ସମୟସୀମା ବଢାଯାଇଛି | ଏ ନେଇ ଆଜି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ୟୁଜିସି ନେଟ ଏବଂ ସିଏସଆଇଆର ନେଟ ଆବେଦନ ଫର୍ମ ପୂରଣ କରିବାର ତାରିଖ ବର୍ତ୍ତମାନ ଜୁନ୍ ୧୫, ୨୦୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କରୋନା ମହାମାରୀ ହେତୁ ଆବେଦନ ଫର୍ମ ପୂରଣ କରିବାର ସମୟସୀମା ବଢ଼ାଇ ଦିଆଯାଇଥିବା ନେଇ ଏନଟିଏ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।
ତେବେ ଏନଟିଏର ବିଜ୍ଞପ୍ତି ସହ ଏହି ଖବରକୁ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଘୋଷଣା ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ପରୀକ୍ଷା ପାଇଁ ଆବେଦନ ସମୟସୀମା ବଢିବା ଖବର ବିଷୟରେ ଘୋଷଣା କରିଛନ୍ତି । ଏହାପୂର୍ବରୁ କର୍ତ୍ତୃପକ୍ଷ ଆବେଦନ ଫର୍ମ ପୂରଣ ତାରିଖକୁ ମେ ୩୧, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ ବୋଲି ଜଣା ପଡିଛି। ୟୁଜିସି ନେଟ ଏବଂ ସିଏସଆଇଆର ନେଟ ସହ ଯେଏନୟୁଇଇ, ଇଗ୍ନୗ ଓପେନମାଟ ଏବଂ ଆଇସିଏଆର ପ୍ରବେଶିକା ପରୀକ୍ଷା ପାଇଁ ମଧ୍ୟ ଏଜେନ୍ସି ଆବେଦନ ତାରିଖକୁ ଜୁନ୍ ୧୫, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛି |

ତେବେ ୟୁଜିସି ନେଟ ଏବଂ ସିଏସଆଇଆର ନେଟ ପରୀକ୍ଷା ପାଇଁ ଆବେଦନ ଫର୍ମ ଜୁନ୍ ୧୫ର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୂରଣ କରାଯାଇପାରିବ | କିନ୍ତୁ ପରୀକ୍ଷା ଫର୍ମ ପାଇଁ ଦେବାକୁ ଥିବା ଟଙ୍କା ଜୁନ୧୫ରେ ଦିନ ୧୧:୫୦ ଭିତରେ ହିଁ ଦେବାକୁ ହେବ | ଏହା ପରେ ପରୀକ୍ଷା ତାରିଖ ଏବଂ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାର ସଂଶୋଧିତ ତାରିଖ ସଂପୃକ୍ତ ୱେବସାଇଟ୍ www.nta.ac.in ରେ ଠିକ୍ ସମୟରେ ଅପଡେଟ୍ ହେବ ବୋଲି ଏନଟିଏ କହିଛି |