ଅଗଷ୍ଟ ୧ରୁ ନାମଲେଖା ଆରମ୍ଭ କରିବା ଲାଗି ୟୁଜିସି କମିଟିର ସୁପାରିଶ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୧ ରୁ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ ପାଇଁ ନାମଲେଖା ଆରମ୍ଭ କରିବା ଲାଗି ସୁପାରିଶ କରିଛିୟୁଜିସି ଦ୍ୱାରା ଗଠିତ ଏକ କମିଟି ।

ୟୁଜିସି ଦ୍ୱାରା ସ୍ଥାପିତ ପରୀକ୍ଷା ଓ ଶିକ୍ଷାବର୍ଷ କମିଟି ପକ୍ଷରୁ ସୁପାରିଶ କରାଯାଇଛି ଯେ ଶିକ୍ଷାବର୍ଷ ଅଗଷ୍ଟ ୧ରୁ ଆରମ୍ଭ କରାଯାଉ । ନାମ ଲେଖା ଅଗଷ୍ଟ ୧ରୁ ସେପେଫମ୍ବର ୧ ପର୍ଯ୍ୟନ୍ତ ଚାଲିବ । ତେବେ ୨ୟ ଓ ୩ୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଠପଢା ୧ ଅଗଷ୍ଟରୁ ଆରମ୍ଭ କରାଯାଉ । ତେବେ ନାମଲେଖା ପରେ ସେପେଫମ୍ବର ୧ରୁ ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଆରମ୍ଭ ହୋଇପାରିବ । ଏହି ଶିକ୍ଷାବର୍ଷ ପାଇଁ ମେ ୨୬ରୁ ପରୀକ୍ଷା ଆରମ୍ଭ କରାଯିବାକୁ ସୁପାରିଶ କରାଯାଇଛି । ସେହିପରି ଜୁଲାଇ ୧ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଖରାଛୁଟି ହେବ ।

ହରିୟାଣା ବିଶ୍ୱବିଦ୍ୟାଳୟ କୁଳପତି ଆରସି କୁଲାଢଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ବିଶ୍ୱ ବିଦ୍ୟାଳୟରେ ପାଠପଢା ଓ ପରୀକ୍ଷା କିପରି ହେବ ସେସମ୍ପର୍କରେ ଅନୁଧ୍ୟାନ କରିବା ପରେ ନିଜର ରିପୋର୍ଟୟୁଜିସିକୁ ଦେଇଛି ।

ସମ୍ବନ୍ଧିତ ଖବର