ଜୁଲାଇ ବଦଳରେ ସେପ୍ଟେମ୍ବରରୁ କଲେଜ ପାଠପଢା ଆରମ୍ଭ କରିବାକୁ ୟୁଜିସି କମିଟିର ସୁପାରିସ

ନୂଆଦିଲ୍ଲୀ : କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ଉଚ୍ଚଶିକ୍ଷା ପାଇଁ ବଦଳିପାରେ ଶିକ୍ଷାବର୍ଷ । ଏହା ଜୁଲାଇରୁ ଆରମ୍ଭ ନ ହୋଇ ସେପେଟେମ୍ବରରେ ଆରମ୍ଭ ହୋଇପାରେ ।

ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଗଠିତ ଏକ କମିଟିର ସୁପାରିଶ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏଥର ଶିକ୍ଷା ବର୍ଷ ଜୁଲାଇରୁ ଆରମ୍ଭ ନ ହୋଇ ସେପ୍ଟେମ୍ବରରୁ ଆରମ୍ଭ କରିବା ନେଇ ପ୍ରସ୍ତାବ ବିଚାର କରାଯାଉଛି।

କରୋନା ମହାମାରୀ ପରିସ୍ଥିତିରୁ ପରୀକ୍ଷା ପରିଚାଳନା ଓ ପାଠପଢା ହାନୀ ସମ୍ପର୍କରେ ତଦାରଖ କରିବାକୁ ୟୁଜିସି ପକ୍ଷରୁ ୨ଟି କମିଟ ଗଠନ କରାଯାଇଥିଲା । ଗୋଟିଏ କମିଟି ପାଠପଢାରେ ବ୍ୟାଘାତ ଓ ଅନ୍ୟଟି ଅନଲାଇନ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଗଠନ କରାଯାଇଥିଲା । ହରିୟାଣା ବିଶ୍ୱବିଦ୍ୟାଳୟ କୁଳପତି ଆରସି କୁଲାଢଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଥମ କମିଟି ବିଶ୍ୱ ବିଦ୍ୟାଳୟରେ ପାଠପଢା ଓ ପରୀକ୍ଷା କିପରି ହେବ ସେସମ୍ପର୍କରେ ଅନୁଧ୍ୟାନ କରୁଛି ।

୨ୟ କମିଟିର ମୁଖ୍ୟ ଅଛନ୍ତି ଇଗ୍ନୁ କୁଳପତି ନାଗେଶ୍ୱର ରାଓ । ଗୋଟିଏ କମିଟିର ପ୍ରସ୍ତାବ ଅନୁସାରେ ବିଶ୍ୱ ବିଦ୍ୟାଳୟ ଓ ଅନ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଏଥର ଶିକ୍ଷା ବର୍ଷ ଜୁଲାଇରୁ ଆରମ୍ଭ ନ ହୋଇ ସେପେଫମ୍ବରରୁ ଆରମ୍ଭ କରାଯାଇପାରିବ ।୨ୟ କମିଟି ପ୍ରସ୍ତାବ ଦେଇଛି ଯେ ଯଦି ବିଶ୍ୱବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଅଛି ସେମାନେ ଅନଲାଇନରେ ପରୀକ୍ଷା କରିପାରିବେ, ନୋଚେତ କଟକଣା ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ ।

ସମ୍ବନ୍ଧିତ ଖବର