କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଏପ୍ରିଲରୁ ଆରମ୍ଭ ହେବ ଆବେଦନ, ୧୩ଟି ଭାଷାରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଏପ୍ରିଲରେ ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁଇଟି) ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଡମିଶନ ନେଇ ଆବେଦନ ପ୍ରକ୍ରିୟା ଏପ୍ରିଲର ପ୍ରଥମ ସପ୍ତାହରୁ ଆରମ୍ଭ ହେବ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି। ଆବେଦନ ପରେ ପରୀକ୍ଷା ୧୩ଟି ଭାଷାରେ କରାଯିବ ବୋଲି ବିଜ୍ଞାପନରେ ସୂଚନା ଦିଆଯାଇଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜେଏନୟୁ ଏବଂ ଜାମିଆ ସମେତ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆସନ୍ତା ଶିକ୍ଷାବର୍ଷରୁ ସିୟୁଇଟି ଆଧାରରେ ଛାତ୍ରଛାତ୍ରୀଙ୍କ ନାଁ ଲେଖାଇବେ।

CUET 2022: Registration process to begin from April first week, check notice here
indiatoday

ହିନ୍ଦୀ, ମରାଠୀ, ଗୁଜୁରାଟୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ଉର୍ଦ୍ଦୁ, ଆସାମୀ, ବଙ୍ଗାଳୀ, ପଞ୍ଜାବୀ, ଓଡ଼ିଆ ଏବଂ ଇଂରାଜୀରେ ଏହି ପରୀକ୍ଷା କରାଯିବ। ଏହି ପରୀକ୍ଷା ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ଦ୍ୱାରା କରାଯିବ। ବିସ୍ତୃତ ପରୀକ୍ଷା ସୂଚନା ଅଫିସିଆଲ୍ ୱେବସାଇଟ୍ nta.ac.in ରେ ଉପଲବ୍ଧ। ପରୀକ୍ଷା ପାଇଁ ଏପ୍ରିଲର ପ୍ରଥମ ସପ୍ତାହରେ ଆବେଦନ ଆରମ୍ଭ ହେବ ‌ବୋଲି ବିଜ୍ଞାପନରେ କୁହାଯାଇଛି।

ତେବେ ଫେବ୍ରୁଆରି ୧୯ରେ ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌, ନ୍ୟାସ୍‌ନାଲ୍‌ ଇଲିଜିବିଲିଟି ଟେଷ୍ଟ୍‌’ ବା ‘ୟୁଜିସି ‌ନେଟ୍‌’ ୨୦୨୧-୨୨ର ଫଳାଫଳ ଘୋଷଣା କରିଥିଲା।

କୋଭିଡ୍‌-୧୯ ଜନିତ ମହାମାରୀ ଯୋଗୁଁ ଏକତ୍ର ଡିସେମ୍ବର ଓ ଜୁନ୍‌ ସାଇକ୍ଲ ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ‘ୟୁଜିସି ଏନ୍‌ଇଟି ୨୦୨୧-୨୨’ ଫଳାଫଳକୁ ଅପେକ୍ଷା କରିଥିଲେ। ଉକ୍ତ ପରୀକ୍ଷା ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ହୋଇଥିଲା ୨୦୨୧ ନଭେମ୍ବର ୨୦ ରୁ ୨୦୨୧ ଡିସେମ୍ବର ୫ ମଧ୍ୟରେ। ଦ୍ବିତୀୟ ପର୍ଯ୍ୟାୟ ହୋଇଥିଲା ୨୦୨୧ ଡିସେମ୍ବର ୨୪ ରୁ ୨୭ ପର୍ଯ୍ୟନ୍ତ। ଏବଂ ତୃତୀୟ ପର୍ଯ୍ୟାୟ ହୋଇଥିଲା ୨୦୨୨ ଜାନୁଆରି ୪ ଓ ୫ ଦିନ।

ସମ୍ବନ୍ଧିତ ଖବର