ନୂଆଦିଲ୍ଲୀ: ମୋବାଇଲ୍ ଫୋନରୁ ଆଧାର ସଂଯୋଗକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ କରିଛି ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ)। ଦେଶର ଟେଲିକମ୍ କମ୍ପାନିମାନଙ୍କୁ ୟୁଆଇଡିଏଆଇ କହିଛି କି ସେମାନେ ଗ୍ରାହକମାନଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ବ୍ୟବହାର କିଭଳି କରିବେ ୧୫ ଦିନ ମଧ୍ୟରେ ସେ ନେଇ ଏକ ଯୋଜନା ଦାଖଲ କରନ୍ତୁ।
ମୋବାଇଲ ଫୋନ୍ ସହ ଆଧାର ସଂଯୋଗର ନିଷେଧ ଏବଂ ନୂତନ ଫୋନ୍ ଓ ସିମ୍ କିଣିବା ଲାଗି ଆଧାର ଅନାବଶ୍ୟକ ବୋଲି ସୁପ୍ରମ୍କୋର୍ଟ ରାୟ ଦେବା ପରେ ୟୁଆଇଡିଏଆଇ ପକ୍ଷରୁ ଏକ ସର୍କୁଲାର୍ ଜାରି କରାଯାଇଛି। ଏହି ସର୍କୁଲାର୍ରେ ସବୁ ଟେଲିକମ୍ କମ୍ପାନିକୁ ସୁପ୍ରିମକୋର୍ଟଙ୍କ ୨୬ ଅକ୍ଟୋବର ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଟେଲିକମ୍ କମ୍ପାନିଙ୍କୁ ଅକ୍ଟୋବର ୧୫ ସୁଦ୍ଧା ଆଧାର ଆଧାରିତ ପ୍ରମାଣନ ବ୍ୟବସ୍ଥାକୁ ବନ୍ଦ କରିବାକୁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି ଦାଖଲ ଲାଗି ୟୁଆଇଡିଏଆଇ ନିର୍ଦ୍ଦେଶ ଦେଇଛି।
ଗତ ସପ୍ତାହରେ ସୁପ୍ରିମକୋର୍ଟ ଆଧାର ସ୍ଥାନରେ ଆଧାର ଆକ୍ଟର ୫୭ ଧାରାକୁ ରଦ୍ଦ କରି ଦେଇଛନ୍ତି। ଏହି ଧାରା ଘରୋଇ କମ୍ପାନିମାନଙ୍କୁ ଆଧାର ନମ୍ବର ବ୍ୟବହାରର ଅନୁମତି ଦେଇଥିଲା।
ୟୁଆଇଡିଏଆଇ ସିଇଓ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି କି ମୋବାଇଲ୍ରୁ ଆଧାର ବିଯୁକ୍ତ କରିବା ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସଂପାଦନ କରିବା ଲାଗି ଟେଲିକମ୍ କମ୍ପାନିମାନଙ୍କୁ ୧୫ ଦିନ ସମୟ ମଧ୍ୟରେ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରି ଦାଖଲ କରିବାକୁ କୁହାଯାଇଛି।