ଆଧାର ନମ୍ବର ଦ୍ୱାରା ମୃତ ଦେହକୁ ଚିହ୍ନଟ କରିବା ସମ୍ଭବ ନୁହେଁ: ୟୁଆଇଡିଏଆଇ

ନୂଆଦିଲ୍ଲୀ: ମୃତ ଦେହକୁ ଚିହ୍ନଟ କରିବା ପାଇଁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ବାୟୋମେଟ୍ରିକ୍ସର ବ୍ୟବହାର କରିବା ବୈଷୟିକ ଏବଂ ଆଇନ୍‌ ଅନୁଯାୟୀ ସମ୍ଭବ ନୁହେଁ ବୋଲି ବୁଧବାର ସ୍ପଷ୍ଟ କରିଛି ୟୁଆଇଡିଏଆଇ । ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନକୁ ନେଇ ଶୁଣାଣି ଚାଲିଥିବା ବେଳେ, ଫରେନ୍‌ସିକ୍‌ ରିପୋର୍ଟ ପାଇଁ ବାୟୋମେଟ୍ରକ୍‌ ବିବରଣୀ ବ୍ୟବହାର କରିବା ସମ୍ଭବ ନୁହେଁ ବୋଲି ୟୁଆଇଡିଏଆଇ କହଛି ।

India TV

ସୂଚନା ମୁତାବକ, ଓକିଲ ଅମିତ୍‌ ସାହାଣୀ, ମୃତଦେହକୁ ଚିହ୍ନଟ କରିବା ପାଇଁ ଆଧାର ବାୟୋମେଟ୍ରିକ୍‌ର ବ୍ୟବହାର କରିବାକୁ ଆଦେଶ ଦିଆଯାଉ ବୋଲି ଆବେଦନ କରିଥିଲେ । ବୁଧବାର ସାହାଣୀଙ୍କ ଆବେଦନ ଉପରେ ଶୁଣାଣି ଚାଲୁଥିବା ବେଳେ, ୟୁଆଇଡିଏଆଇ ଏହା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରା ଯାଇଥିଲାା ୟୁଆଇଡିଏଆଇର ଏହି କଥା ଶୁଣି ସାହାଣୀ ଏହାକୁ ବିରୋଧ କରିବା ସହ, ଯଦି ନିଖୋଜ ପିଲାମାନଙ୍କୁ ଖୋଜିବା ପାଇଁ ଆଧାରର ବ୍ୟବହାର କରାଯାଉଛି, ତେବେ ମୃତଦେହକୁ ଚିହ୍ନଟ କରିବାରେ କ’ଣ ପାଇଁ କରାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ କରିଥିଲେ । ସାହାଣୀଙ୍କ ଏହି ପ୍ରଶ୍ନର ଉତ୍ତର ରଖିବା ପାଇଁ ହାଇକୋର୍ଟ ୟୁଆଇଡିଏଆଇକୁ ନିର୍ଦ୍ଦେଶ ଦେବା ସହ ଆଗାମୀ ଶୁଣାଣି ଅପ୍ରେଲ ୨୩କୁ ରଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର