ତଥ୍ୟ ଲିକ୍ ପରେ ଚେତା ପଶିଲା: ଏବେ ଆଧାର କାର୍ଡ ବଦଳରେ ଭର୍ଚୁଆଲ୍‌ ଆଇଡି ବ୍ୟବହାର ହେବ, ଏହା କ’ଣ ଜାଣନ୍ତୁ…

ନୂଆଦିଲ୍ଲୀ: ଆଧାର ତଥ୍ୟ ଲିକ୍‌ ହେବା ନେଇ ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ୟୁଆଇଡିଏଆଇ ପକ୍ଷରୁ କେତେକ ନୂଆ ପଦକ୍ଷେପ ନିଆଯାଇଛି । ଏହା ଅନୁଯାୟୀ ଏଣିକି ଆଧାରକାର୍ଡଧାରୀମାନେ ନିଜର ପ୍ରକୃତ ଆଧାର ନମ୍ବର ବଦଳରେ ୧୬ ଅଂକ ବିଶିଷ୍ଟ ଏକ ଭର୍ଚୁଆଲ ଆଧାର ଆଇଡି ବ୍ୟବହାର କରିପାରିବେ । ୟୁଆଇଡିଏଆଇ େଓ୍ଵବସାଇଟରେ ଏହି ଆଇଡି ଜେନେରେଟ୍‌ ବା ସୃଷ୍ଟି କରାଯାଇପାରିବ ।
ଏହି ଆଇଡିଗୁଡିକ ସୀମିତ ସମୟ ପାଇଁ ବୈଧ ରହିବ ଓ ଧାର୍ଯ୍ୟ ସମୟପରେ ତାହା ଅକାମୀ ହୋଇଯିବ । ବିଭିନ୍ନ କାମ ପାଇଁ ଆବଶ୍ୟକ ହେଉଥିବା ଆଧାର ନମ୍ବର ବଦଳରେ ନିଜର ଫିଙ୍ଗର ପ୍ରିଣ୍ଟ ସହ ଏହାକୁ ପ୍ରଦାନ କରିହେବ । ଯେତେ ଥରେ ଆବଶ୍ୟକ ସେତେଥର ନୂଆ ନୂଆ ଆଇଟି କ୍ରିଏଟ୍‌ କରିହେବ ।

କେବଳ ଏତିକି ନୁହେଁ, ୟୁଆଇଡିଏଆଇ ପକ୍ଷରୁ ଲିମିଟେଡ୍‌ କେଓ୍ଵାଇସି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଆଧାର ତଥ୍ୟ ମାଗୁଥିବା ଏକ କ୍ଷମତାପ୍ରାପ୍ତ ଏଜେନ୍ସି ( ଟେଲିକମ ଅପରେଟର ଇତ୍ୟାଦି ) କେବଳ ଜଣକର ପରିଚୟ ଲାଗି ଯେତିକି ତଥ୍ୟ ଆବଶ୍ୟକ ସେତିକି ତଥ୍ୟ ପାଇପାରିବେ । ଉଦାହରଣସ୍ୱରୂପ ଜଣେ ବ୍ୟକ୍ତି ସିମ୍‌ କାର୍ଡଟିଏ ପାଇବା ପାଇଁ ଯେତିକି ତଥ୍ୟ ଆବଶ୍ୟକ କେବଳ ସେତିକି ତଥ୍ୟ ପାଇବେ, ଯଥା ନାଁ, ଠିକଣା ଓ ଫଟୋ ।

ଭର୍ଚୁଆଲ ଆଇଡି ବିିଷୟରେ ଜାଣନ୍ତୁ..

. ମାର୍ଚ୍ଚ ୧ରୁ ଏହା ୟୁଆଇଡିଏଆଇ ପକ୍ଷରୁ ପ୍ରଦାନ କରାଯିବ । ୟୁଆଇଡିଏଆଇ େଓ୍ଵବସାଇଟରେ ଏହାକୁ ଜେନେରେଟ୍‌ କରାଯାଇପାରିବ ।
. ଜୁନ ୧ରୁ ଆଧାର ମାଗୁଥିବା ସବୁ ଏଜେନ୍ସି ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ।
. ଆଧାର ଯାଞ୍ଚ ବେଳେ ଗ୍ରାହକ ଏହାକୁ ପ୍ରଦାନ କରିବେ ।
. ଏହା ଦ୍ୱାରା ଟେଲିକମ କମ୍ପାନି ପରି ବିଭିନ୍ନ ସଂସ୍ଥାମାନଙ୍କ ପାଖକୁ ସୀମିତ ତଥ୍ୟ ଯିବ ।

ସମ୍ବନ୍ଧିତ ଖବର