ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜନୈକା ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ଭରତ ସୋନି ବୋଲି ଜଣାପଡ଼ିଛି।
ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଘଟିଥିବା ଏହି ଅଭାବନୀୟ ଘଟଣାକୁ ନେଇ ମହାକାଳ ଥାନାର ଟ୍ରାଫିକ ଇନ୍ସପେକ୍ଟର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଚର୍ଚ୍ଚାରେ ରହିଛି।ଉଜ୍ଜୟିନୀର ଏସପି ସଚିନ ଶର୍ମା କହିଛନ୍ତି, ‘ମହାକାଳ ଥାନାର ଟ୍ରାଫିକ ଇନ୍ସପେକ୍ଟର ଅଜୟ ଶର୍ମା ଦୁଷ୍କର୍ମପୀଡିତା ନାବାଳିକାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।’
ଟିଆଇ ଅଜୟ ଶର୍ମା କହିଛନ୍ତି, ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରି ତାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଅର୍ଦ୍ଧନଗ୍ନ ଏବଂ ରକ୍ତାକ୍ତ ଅବସ୍ଥାରେ ସହରର ଦାଣ୍ଡି ଆଶ୍ରମ ନିକଟସ୍ଥ ରାସ୍ତା କଡ଼ରେ ଫୋପାଡ଼ି ଦିଆଯାଇଥିଲା। ସହାୟତା ପାଇଁ ପ୍ରାୟ ଦେଢ଼ ଘଣ୍ଟା କାଳ ୮କିମି ବୁଲିବା ପରେ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରି ପୁଲିସ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଚିକିତ୍ସା ପାଇଁ ଇନ୍ଦୋର ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
#WATCH | Ujjain minor rape case: Ujjain SP Sachin Sharma says, "When we were taking (the accused) to recreate the crime scene, the accused (Bharat Soni) tried to run away, during which he also got injured and our police officials also got injured. Necessary action is being taken… pic.twitter.com/9Bwr11YBQV
— ANI (@ANI) September 28, 2023
ଅସୁସ୍ଥ ପୀଡ଼ିତାଙ୍କ ଠାରୁ ଏଯାବତ କୌଣସି ବୟାନ ରେକର୍ଡ କରାଯାଇନାହିଁ। ସେ କେଉଁଠୁ ଆସିଛନ୍ତି, ତାଙ୍କ ପିତାମାତା କିଏ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ସଂପର୍କରେ ସେ କିଛି କହିପାରୁନାହାନ୍ତି।
‘‘ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ଅବସ୍ଥା ଦେଖି ମୁଁ ସ୍ଥିର କରିଛି ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବି। ତାଙ୍କର ପାଠପଢ଼ା ପାଇଁ ଯାହାବି ଖର୍ଚ୍ଚ ହେବ ସେସବୁକୁ ମୁଁ ବହନ କରିବି। ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ଏହାହିଁ ଭଗବାନଙ୍କୁ ମୋର ପ୍ରାର୍ଥନା’’ ବୋଲି କହିଛନ୍ତି ଇନ୍ସପେକ୍ଟର ଶର୍ମା।