ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଚଳିତ ମାସ ସରିବାକୁ ଯାଉଛି | କେନ୍ଦ୍ର ସରକାର ୨୦୧୬ ରେ ଗରିବ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରକୁ ସିଲିଣ୍ଡର ସଂଯୋଗ ଦିଅନ୍ତି | ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ଥିଲା ଜାଳେଣି ଭାବେ କାଠ ଓ ଗୋବର ବ୍ୟବହାର ଦ୍ୱାରା ହେଉଥିବା କ୍ଷତିରୁ ଗ୍ରାମାଞ୍ଚଳର ମହିଳାମାନଙ୍କୁ ରକ୍ଷା କରିବା ।

Advertisment

ଏହାର ସମୟସୀମା ଏପ୍ରିଲ୍ ୨୦୨୦ ପର୍ଯ୍ୟନ୍ତ ଥିଲା, କିନ୍ତୁ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସରକାର ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସରକାରଙ୍କ ଘୋଷଣା ଅନୁଯାୟୀ, ସେପ୍ଟେମ୍ବର ସୁଦ୍ଧା ୭.୪ କୋଟି ମହିଳାଙ୍କୁ ଯୋଗାଇ ଦିଆଯାଉଥିବା ଏହି ସୁବିଧା ପାଇଁ ୧୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

କିଏ ଲାଭ ପାଇପାରିବେ ?
ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ବିପିଏଲ ବର୍ଗ ଅଧୀନରେ ଥିବା ପରିବାରମାନେ ଲାଭ ପାଆନ୍ତି। ବିପିଏଲ ପରିବାରର ମହିଳାମାନେ ସେମାନଙ୍କ ନାମରେ ଏହି ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ନେଇପାରିବେ |
> ଆବେଦନକାରୀ ମହିଳା ଏବଂ ୧୮ ବର୍ଷରୁ ଅଧିକ ହେବା ଉଚିତ୍ |
> ବିପିଏଲ୍ କାର୍ଡ ଥିବା ମହିଳା ନିଶ୍ଚିତ ଭାବରେ ଗ୍ରାମାଞ୍ଚଳର ହେବା ଆବଶ୍ୟକ |
> ମହିଳା ଆବେଦନକାରୀ ସବସିଡି ରାଶି ପାଇବାକୁ ହେଲେ ଦେଶର ଯେକୌଣସି ରାଷ୍ଟ୍ରାୟତ ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଥିବା ଜରୁରୀ |
> ଯାହାର ପରିବାରରେ ପୂର୍ବରୁ ଏକ ଏଲପିଜି ସଂଯୋଗ ଅଛି, ସେମାନେ ଏହି ଯୋଜନାର ଲାଭ ପାଇବେ ନାହିଁ |
> ଆବେଦନକାରୀ ମହିଳାଙ୍କ ପାଖରେ ବିପିଏଲ କାର୍ଡ ଏବଂ ବିପିଏଲ ରେସନ କାର୍ଡ ଥିବା ନିହାତି ଆବଶ୍ୟକ |