ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୨.୦ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଉପକୃତ ହେବେ ୧ କୋଟି ହିତାଧିକାରୀ

ନୂଆଦିଲ୍ଲୀ: ଆଜି ହେବ ୨.୦ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ । ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ମହୋବାଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିବେ । ଏଥିରେ ମୋଦୀ ଏଲପିଜି ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ଦେଶକୁ ସମ୍ବୋଧନ କରିବେ । ଏହି ଯୋଜନା ଜରିଆରେ ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି ।

ହିତାଧିକାରୀଙ୍କୁ ଏଲପିଜି ରିଫିଲ ଓ ଦେୟମୁକ୍ତ ହଟପ୍ଲେଟ୍ ସୁବିଧା ଯୋଗଇଦିଆଯିବ । ଏହି ଯୋଜନାର ସୁବିଧା ପାଇବାକୁ ଫର୍ମ ଭରିବା ସମୟରେ କେବଳ ରାସନ କାର୍ଡ ଓ ଆବାସ ପ୍ରମାଣପତ୍ର ଆବଶ୍ୟକ ହେବ ।

ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ଏହା ସହ ଉଜ୍ଜ୍ୱଳା ଯୋଜନା ଏବଂ ବିଶ୍ୱ ଜୈବ ଇନ୍ଧନ ଦିବସରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତସର, ଡେରାଡୁନ, ଇମ୍ଫାଲ, ଉତ୍ତର ଗୋଆ ଏବଂ ଗୋରଖପୁରରେ ଜଣେ ମହିଳା ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରିବେ। ଏହା ପରେ ସେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ |

ତେବେ ୨.୦ ଉଜ୍ଜ୍ୱଲା ଯୋଜନା ବିଷୟରେ ମୋଦୀ ୨୦୨୧-୨୨ କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ । ଏହା ପୂର୍ବରୁ ୧.୦ ଉଜ୍ଜ୍ୱଲା ଯୋଜନା ମାଧ୍ୟମରେ ୫ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି ।

ସମ୍ବନ୍ଧିତ ଖବର