ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ ଉପସ୍ଥାପନ କରି କହିଛନ୍ତି ଯେ ସରକାର କେତେଗୁଡ଼ିଏ ଜନହିତକର ଯୋଜନାକୁ ସଂପ୍ରସାରିତ କରାଯାଇଛି। ଏଥିମଧ୍ୟରେ ‘ଉଜ୍ବଳା ଯୋଜନା’କୁ ସାମିଲ କରାଯାଇଛି। ଆଗାମୀ ୩ ବର୍ଷ ଭିତରେ କେନ୍ଦ୍ର ସରକାର ୧୦୦ଟି ଜିଲ୍ଲାରେ ଏକ କୋଟିରୁ ଅଧିକ ହିତାଧିକାରୀଙ୍କୁ ଗ୍ୟାସ୍ ଯୋଗାଣ କରାଯିବ। ଏହାଛଡ଼ା ଜମ୍ମୁ-କଶ୍ମୀରରେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ପ୍ରକଳ୍ପକୁ ହାତକୁ ନିଆଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍-୨୦୨୧ର ଅଭିଭାଷଣ ଆରମ୍ଭ କରି କହିଛନ୍ତି ଯେ ସରକାର ଛଅଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଏଥିମଧ୍ୟରୁ ସ୍ବାସ୍ଥ୍ୟ ସେବା ଓ ସୁସ୍ଥତାକୁ ପ୍ରାଧାନ୍ୟ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷ ଲାଗି ସ୍ବାସ୍ଥ୍ୟ କ୍ଷେତ୍ରରେ ମୋଟ୍ ୨.୨୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।  ମୋଦୀ ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ର ଉପରେ ଅଧିକ ଫୋକସ୍ ଦେଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାରେ ୬୪ ହଜାର କୋଟି ଟଙ୍କାର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଆଗାମୀ ୬ ବର୍ଷରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ୬୪, ୧୮୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ସ୍ବାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ସେ ଏହା ହେଉଛି ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ୧୦୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ନିଆରା ହେବ ଏବଂ କେବେ ଦେଖିନଥିବା ଭଳି ବଜେଟ୍ ଆସିବ ବୋଲି ନିର୍ମଳା କହିଛନ୍ତି। ଅନେକ କହନ୍ତି, ଅର୍ଥନୀତିରେ ତାଙ୍କର ଭଲ ଜ୍ଞାନ ନାହିଁ, କିନ୍ତୁ ସେମାନେ ଜାଣିନାହାନ୍ତି ଯେ ବିଶ୍ବର ଏକ ପ୍ରମୁଖ ଆର୍ଥିକ ସଂସ୍ଥା ପିଡବ୍ଲୁସିରେ କାର୍ଯ୍ୟ କରିବାର ଅଭିଜ୍ଞତା ନିର୍ମଳା ସୀତାରମଣଙ୍କ ପାଖରେ ରହିଛି।