୨୦୨୨ ସୁଦ୍ଧା ଭାରତର ସବୁ ଗ୍ରାମରେ ଉଜ୍ଜ୍ବଳା ଯୋଜନାରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ

ନୂଆଦିଲ୍ଲୀ: ୨୦୧୯-୨୦୨୦ ଆର୍ଥିକ  ବର୍ଷପାଇଁ  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ବଜେଟ ଉପସ୍ଥାପନ କରିବା ସମୟରେ ସରକାର ମହିଳାଙ୍କ ଉପରେ ଗୁରୁତ୍ବ ଦେଉଥିବା କହିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ ମୋଦୀ ସରକାରଙ୍କ ୨.୦ରେ ଉଜ୍ୱଳା ଯୋଜନାରେ ସାତକୋଟି ଜନତାଙ୍କୁ ଗ୍ୟାସ କନେକ୍ସନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ୨୦୨୨ ସୁଦ୍ଧା ଭାରତର ସମସ୍ତ ଗ୍ରାମରେ ଉଜ୍ଜ୍ବଳା ଯୋଜନା ଜରିଆରେ ମହିଳାଙ୍କ ନିକଟରେ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

Image Courtesy of Zee News

ଏବେ ସୁଦ୍ଧା  ଉଜ୍ଜ୍ବଳା ଯୋଜନାରେ ଏଲ୍ଇଡି ବଲ୍ବରୁ ବାର୍ଷିକ ୧୮,୩୪୧ କୋଟି ଟଙ୍କା ସଞ୍ଚୟ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଠିକ୍ ସେହିପରି ଉଜ୍ଜ୍ବଳା ଯୋଜନାରେ ଏବେ ସୁଦ୍ଧା  ୩୫ କୋଟି ଏଲ୍ଇଡି ବଣ୍ଟାଯାଇଛି ବୋଲି ବି ସେ କହିଛନ୍ତି।  ମହିଳାଙ୍କ ସ୍ଥିତି ସୁଧାରିବା ଉପରେ ଗୁରୁତ୍ବ ଦିଆଯିବା ସାଙ୍ଗକୁ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ବ୍ୟାପକ କରାଯାଉଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି।

ସମ୍ବନ୍ଧିତ ଖବର