ସମାନ ଦରମାରେ ସପ୍ତାହରେ ମାତ୍ର ୪ ଦିନ କାମ !

ଲଣ୍ଡନ : ଗୋଟିଏ ପଟେ ଆମେରିକାରେ କମ୍ପାନିମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଥିବାବେଳେ ଅନ୍ୟପଟେ ବ୍ରିଟେନରେ ଏକ ନୂଆ ଟ୍ରେଣ୍ଡ୍ ଆରମ୍ଭ ହୋଇଛି । ତାହା ହେଉଛି ସପ୍ତାହରେ ମାତ୍ର ୪ ଦିନ କାମ କରିବାକୁ ପଡ଼ିବ ଓ ଦରମା କମିବ ନାହିଁ ।

କର୍ମଚାରୀଙ୍କ ଉତ୍ପାଦକତା ବୃଦ୍ଧି କରିବାକୁ ୧୦୦ଟି କମ୍ପାନି ସପ୍ତାହକୁ ୪ ଦିନିଆ କାର୍ଯ୍ୟଦିବସ ସଂପର୍କରେ ଘୋଷଣା କରିଛନ୍ତି । ଏସବୁ କମ୍ପାନି ମିଳିତଭାବେ ପ୍ରାୟ ୨୬୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଏସବୁ କମ୍ପାନିମାନଙ୍କ ମଧ୍ୟରେ ରହିଛନ୍ତି ଆଟମ୍ ବ୍ୟାଙ୍କ, ଗ୍ଲୋବାଲ ମାର୍କେଟିଂ କମ୍ପାନି ଆଓ୍ବିନ୍ । ଉଭୟ କମ୍ପାନିରେ ପ୍ରାୟ ୪୫୦ ଲେଖାଏ୍ଁ କର୍ମଚାରୀ କାମ କରନ୍ତି ।

ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନର ରିପୋର୍ଟ ଅନୁସାରେ ସପ୍ତାହକୁ ୪ ଦିନ କାମ କଲେ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବ ଓ ସେମାନେ ସତେଜ ଅନୁଭବ କରିବେ । ଏହା କମ୍ପାନିର ସାମଗ୍ରୀକ ଉତ୍ପାଦକତା ବୃଦ୍ଧି ଦିଗରେ ସହାୟକ ହେବ । ଏହା ମଧ୍ୟ କର୍ମଚାରୀଙ୍କୁ ଧରିରଖିବାରେ ସହାୟକ ହେବ ଓ ଆଟ୍ରିସନ ହ୍ରାସ ପାଇବ ।

କେବଳ ଏତିକି ନୁହେଁ, ୪ ଦିନିଆ କାର୍ଯ୍ୟଦିବସ ବିଶିଷ୍ଟ ସପ୍ତାହ ଉପରେ ଆଉ ୭୦ଟି କମ୍ପାନି ପରୀକ୍ଷାମୂଳକ ପ୍ରୟୋଗ ଆରମ୍ଭ କରିଛନ୍ତି । ଏସବୁ କମ୍ପାନିରେ ମୋଟ ୩୩୦୦ କର୍ମଚାରୀ ଅଛନ୍ତି । ଅକ୍ସଫୋର୍ଡ, କେମ୍ରିଜ ଓ ବୋଷ୍ଟନ ବିଶ୍ବବିଦ୍ୟାଳୟ ସହଯୋଗରେ ଏହି ପ୍ରୟୋଗ ଚାଲିଛି ।

 

 

ସମ୍ବନ୍ଧିତ ଖବର