ଟ୍ୟାଙ୍କର୍‌ ଡ୍ରାଇଭର୍‌ ଅଭାବଜନିତ ଇନ୍ଧନ ସଙ୍କଟ ଟାଳିବାକୁ ସୋମବାର ଠାରୁ ପେଟ୍ରୋଲ୍‌ ଡେଲିଭରି ଦେବ ଇଂଲଣ୍ଡ ସେନାବାହିନୀ

ଲଣ୍ଡନ: ଟ୍ୟାଙ୍କର୍‌ ଡ୍ରାଇଭର୍‌ ଅଭାବ ଯୋଗୁଁ ଦେଖା ଦେଇଥିବା ଇନ୍ଧନ ସଙ୍କଟ ଏବଂ ଇନ୍ଧନ ନ ମିଳିବା ଆଶଙ୍କାରେ ଲୋକେ ଆବଶ୍ୟକ ଠାରୁ ଅଧିକ ଇନ୍ଧନ କ୍ରୟ କରି ନେଉଥିବାରୁ ସୋମବାର ଠାରୁ ବ୍ରିଟିସ୍‌ ସେନା ‘ଫୁଏଲ୍‌ ଷ୍ଟେସନ୍‌’ମାନଙ୍କରେ ପେଟ୍ରୋଲ୍‌ ଯୋଗାଇ ଦେବ ବୋଲି ଶୁକ୍ରବାର ଦିନ ସରକାର କହିଛନ୍ତି।

ଏକ ‘ନିଉଜ୍ ରିଲିଜ୍‌’ରେ ସରକାର କହିଛନ୍ତି, ପେଟ୍ରୋଲ୍‌ ଷ୍ଟେସନ୍‌ ଉପରେ ପଡୁଥିବା ଚାପ ଏବଂ ‘ଏଚ୍‌ଜିଭି’ ଡ୍ରାଇଭର୍‌ ସଙ୍କଟଜନିତ ସମସ୍ୟାର ସାମୟିକ ଆଶ୍ବସ୍ତି ଭାବେ ସୋମବାର ଠାରୁ ୧୦୦ଜଣ ଡ୍ରାଇଭର୍‌ଙ୍କ ସମେତ ପ୍ରାୟ ୨୦୦ ସାମରିକ ଟ୍ୟାଙ୍କର୍‌ କର୍ମଚାରୀ ପେଟ୍ରୋଲ୍‌ ଡେଲିଭରି ପାଇଁ ମୁତୟନ କରାଯିବେ।

Image Courtesy of BBC

ଇନ୍ଧନ ନ ମିଳିବା ଆଶଙ୍କା କରି ଏ ସପ୍ତାହ ପ୍ରାରମ୍ଭ‌ରୁ ସମଗ୍ର ବ୍ରିଟେନ୍‌ରେ ଥିବା ‌‘ଫୁଏଲ୍‌ ଷ୍ଟେସନ୍‌’ଗୁଡ଼ିକରେ ମୋଟର୍‌ ଚାଳକମାନେ ଧାଡ଼ି ବାନ୍ଧିବା ସହ ମାତ୍ରାଧିକ ଇନ୍ଧନ କ୍ରୟ କରି ଟ୍ୟାଙ୍କ୍‌ ଖାଲି କରି ପକାଉଛନ୍ତି।

ଟ୍ୟାଙ୍କର୍‌ ଡ୍ରାଇଭର୍‌ ଅଭାବ ଏବଂ ଇନ୍ଧନର ଅପ୍ରତ୍ୟାଶିତ ଚାହିଦା ହିଁ ଏଭଳି ସଙ୍କଟର କାରଣ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର