ବ୍ରିଟେନ୍‌ରେ ଛୁରାମାଡ଼ ଯୋଗୁଁ ୩ ମୃତ, ୩ ଆହତ; ଆତଙ୍କବାଦ ଘଟଣା ବୋଲି କହୁଛନ୍ତି ସରକାରୀ କର୍ତ୍ତୃପକ୍ଷ

ଲଣ୍ଡନ: ଶନିବାର ସନ୍ଧ୍ୟାରେ ଦକ୍ଷିଣ ଇଂଲଣ୍ଡ୍‌ ସହର ରିଡିଙ୍ଗ୍‌ରେ ଘଟିଥିବା ଛୁରାମାଡ଼ ଘଟଣାକୁ ଆତଙ୍କବାଦ କାର୍ଯ୍ୟ ଭାବେ ବିବେଚିତ କରାଯାଇଥିବା କଥା ରବିବାର ଦିନ ପୁଲିସ କହିଛି।

ଲଣ୍ଡନ୍‌ର ୬୫ କିଲୋମିଟର୍ ପଶ୍ଚିମରେ ଅବସ୍ଥିତ ରିଡିଙ୍ଗ୍‌ ସହରର ଏକ ପାର୍କରେ ଛୁରାମାଡ଼ ଯୋଗୁଁ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ତିନିଜଣ ସାଙ୍ଘାତିକ ଆହତ ହୋଇଥିଲେ। ଏହି ନରହତ୍ୟା ସନ୍ଦେହରେ ଜଣେ ୨୫ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସମ୍ପ୍ରତି ପୁଲିସ ହାଜତରେ ଥିବା ସେ ବ୍ୟକ୍ତିଜଣକ ଲିବ୍ୟାର ଅଧିବାସୀ ବୋଲି ନିରାପତ୍ତା ସୂତ୍ରରୁ ଜଣାପଡ଼ିଛି।

ଏ ସମ୍ବନ୍ଧରେ ବିବୃତି ଦେଇ ଟେମ୍‌ସ୍ ଉପତ୍ୟକା ପୁଲିସ କହିଛି, ଗତରାତିରେ ରିଡିଙ୍ଗ୍‌ରେ ଘଟିଥିବା ଛୁରାମାଡ଼ ଘଟଣାକୁ ଏବେ ଆତଙ୍କବାଦ ଘଟଣା ବୋଲି ଘୋଷଣା କରାଯାଇଥିବା କଥା କାଉଣ୍ଟର୍ ଟେରରିଜମ୍ ପୋଲିସିଙ୍ଗ୍ ନିଶ୍ଚିତ କରିଛି।

Image Courtesy of Reuters

ଘଟଣାଟି ଆତଙ୍କବାଦ ଭଳି ଜଣାଯାଉ ନ ଥିବା କଥା ପ୍ରଥମେ ପୁଲିସ ଓ ସରକାର କହିଥିଲେ। ଫର୍ବୁରି ଗାର୍ଡେନ୍ ନାମକ ପାର୍କରେ ବର୍ଣ୍ଣବିଦ୍ବେଶ-ବିରୋଧୀ ପ୍ରତିବାଦକାରୀଙ୍କ ରାଲି ଶେଷ ହେବାର କେତେ ଘଣ୍ଟା ପରେ ଛୁରାମାଡ଼ ଘଟଣା ଘଟିଥିଲା। କିନ୍ତୁ, ବର୍ଣ୍ଣବିଦ୍ବେଶ-ବିରୋଧୀଙ୍କ ପ୍ରତିବାଦ ସହ ଛୁରାମାଡ଼ ଘଟଣା ସହ ସମ୍ପୃକ୍ତ ନୁହେଁ।

ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍ କହିଛନ୍ତି, ରିଡିଙ୍ଗ୍‌ରେ ଘଟିଥିବା ଭୟାବହ ଘଟଣା ଯୋଗୁଁ ପ୍ରଭାବିତ ବ୍ୟକ୍ତିଙ୍କ ପ୍ରତି ମ‌ୋର ସମବେଦନା। ଘଟଣାସ୍ଥଳରେ ଥିବା ଜରୁରୀକାଳୀନ ସେବାକୁ ମୋର ଧନ୍ୟବାଦ।

 

 

ସମ୍ବନ୍ଧିତ ଖବର