ବ୍ୟବହାର ନିମନ୍ତେ ‘ଫାଇଜର-ବାୟୋଏନ୍‌ଟେକ୍‌’ କୋଭିଡ୍‌-୧୯ ଟିକାକୁ ଇଂଲଣ୍ଡର ଅନୁମୋଦନ

ଲଣ୍ଡନ୍‌: ବିଶ୍ୱର ପ୍ରଥମ ଦେଶ ଭାବେ ବୁଧବାର ଦିନ ଇଂଲଣ୍ଡ ‘ଫାଇଜର-ବାୟୋଏନ୍ଟେକ୍‌’ କୋଭିଡ୍‌-୧୯ ଟିକାକୁ ବ୍ୟବହାର ନିମନ୍ତେ ଅନୁମୋଦନ କରିଛି। ଆସନ୍ତା ସପ୍ତାହରୁ ଏହି ଟିକା ମିଳିବ ବୋଲି ଇଂଲଣ୍ଡ୍‌ ସରକାର ଏକ ବିବୃତିରେ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ଇଂଲଣ୍ଡ୍‌ ଏହି ଟିକାକୁ ଅନୁମୋଦନ କରିଛି।

ଇଂଲଣ୍ଡ୍‌ ସରକାର କହିଛନ୍ତି, ‘ଫାଇଜର-ବାୟୋଏନ୍‌ଟେକ୍‌’ କୋଭିଡ୍‌-୧୯ ଟିକାର ବ୍ୟବହାର ନିମନ୍ତେ ସରକାର ଆଜି ‘ମେଡିସିନ୍‌ ଆଣ୍ଡ୍‌ ହେଲ୍‌ଥ୍‌କେୟାର୍‌ ପ୍ରଡକ୍ଟ ରେଗୁଲେଟରି ଏଜେନ୍‌ସି’ର (ଏମ୍‌ଏଚ୍‌ଆର୍‌ଏ) ଅନୁମୋଦନ ପାଇଛୁ। ଆସନ୍ତା ସପ୍ତାହରୁ ସମଗ୍ର ଇଂଲଣ୍ଡ୍‌ରେ ଏହି ଟିକା ମିଳିବ।

Image Courtesy of NDTV

ଏହି ଟିକା ୯୦% ଫଳପ୍ରଦ ହୋଇଥିବା କଥା ‘ଫାଇଜର-ବାୟୋଏନ୍‌ଟେକ୍‌’ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ବାୟୋଟେକ୍‌ ଫାର୍ମ ମଡର୍ଣ୍ଣା ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛନ୍ତି। ଏହି ଟିକା ‘ନିଉ ମେସେଞ୍ଜର୍‌ ଆର୍‌ଏନ୍‌ଏ’ ଟେକ୍ନୋଲୋଜି ଉପରେ ଆଧାରିତ।

ଜରୁରୀ କ୍ଷେତ୍ରରେ ଏହି ଟିକାର ବ୍ୟବହାର ପାଇଁ ବ୍ରିଟେନ୍‌ କ୍ଷମତା ପ୍ରଦାନ କରିବା କୋଭିଡ୍‌-୧୯ ଲଢ଼େଇ ବିରୋଧରେ ଐତିହାସିକ ଗୁରୁତ୍ୱ ବହନ କରେ ବୋଲି ଫାଇଜର କହିଛି।

ସମ୍ବନ୍ଧିତ ଖବର