ତୃତୀୟ ଥର ଲାଗି ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ କଲା ଲଣ୍ଡନ ଅଦାଲତ

ଲଣ୍ଡନ୍‌: ବୁଧବାର ଦିନ ଲଣ୍ଡନର ଏକ ଅଦାଲତ ତୃତୀୟ ଥର ଲାଗି ନିରବ ମୋଦିଙ୍କ ଜାମିନ ଆବେଦନକୁ ଖାରଜ କରିଛି। ଶୁଣାଣିରେ ଅଦାଲତ କହିଛି ଯେ ନିରବ ତାଙ୍କ କର୍ମଚାରୀମାନଙ୍କୁ ପିରାମିଡ୍‌ ଦେଖିବା ବାହାନାରେ ଆବୁ ଧାବିରୁ ଇଜିପ୍‌ଟ୍‌ ପଠାଇଛନ୍ତି। ସେମାନେ ତାଙ୍କ ବିରୋଧରେ ଯେମିତି କୌଣସି ମନ୍ତବ୍ୟ ନ ଦିଅନ୍ତି ସେଥିପାଇଁ ସେମାନଙ୍କୁ ଇଜିପ୍‌ଟ୍‌ରେ ବ୍ୟବସାୟ କରିବାକୁ ଅର୍ଥ ଯୋଗାଇ ଦେଇଛନ୍ତି।

େଓ୍ଵଷ୍ଟ୍‍ମିନ୍‌ଷ୍ଟର୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ସ୍ୱତନ୍ତ୍ର ଜାମିନ ଶୁଣାଣି ବେଳେ ନିରବ ମୋଦିଙ୍କ ପ୍ରତିନିଧିତ୍ୱ କରୁଥିବା କ୍ଲେୟାର୍‌ ମଣ୍ଟୋ ତାଙ୍କ ଜାମିନ ସିକ୍ୟୁରିଟି ଅଫର୍‌କୁ ୨ ମିଲିୟନ୍‌ ପାଉଣ୍ଡ୍‌ (ପ୍ରାୟ ୧୮ କୋଟି ଟଙ୍କା) ଯାଏଁ ବୃଦ୍ଧି କରିବା ସହ ୨୪ ଘଣ୍ଟିଆ କର୍ଫ୍ୟୁ ଭଳି ସର୍ତ୍ତ ମାନିବେ ବୋଲି କହିଥିଲେ। ସେ ଯୁକ୍ତି ବାଢ଼ିଥିଲେ କି, ଭାରତୀୟ କର୍ତ୍ତୃପକ୍ଷ ନିରବଙ୍କର ଅଧିକାଂଶ ସମ୍ପତ୍ତି ଓ ଆକାଉଣ୍ଟ୍‌ ଫ୍ରୋଜେନ୍‌ କରିଥିବାରୁ ଲଣ୍ଡନ୍‌ ଛାଡ଼ି ପଳାଇବାକୁ ସେତେ ସମ୍ବଳ ନାହିଁ।

ସମ୍ପ୍ରତି ଦକ୍ଷିଣ-ପଶ୍ଚିମ ଲଣ୍ଡନ୍‌ର ଓ୍ଵାଣ୍ଡ୍‌ସ୍‌ଓ୍ଵର୍ଥ କାରାଗାରରେ ଥିବା ୪୮ ବର୍ଷିୟ ନିରବ ମୋଦି ଅନ୍ୟୂନ ମେ ୩୦ ଯାଏଁ ସେଠାରେ ରହିବେ ଏବଂ ତାଙ୍କ ମାମଲା ଯୁକ୍ତି ଉପସ୍ଥାପନ ଲାଗି ନିଜେ ଅଦାଲତରେ ହାଜର ହେବେ।

ସମ୍ବନ୍ଧିତ ଖବର