ଲଣ୍ଡନ: ଲଣ୍ଡନରେ ରହୁଥିବା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଏବଂ ତାଙ୍କ ମାମୁଁ ମେହୁଲ ଚୋକସିଙ୍କ ପାଇଁ ଅଡ଼ୁଆ ବଢ଼ିଲା। ପୃଥକ ପୃଥକ ମାମଲାରେ, ୟୁକେ କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବିଳମ୍ବ, ବାହାନା ଓ ଷଡ଼ଯନ୍ତ୍ରର ଅଭିଯୋଗ ଏବେ ଆଉ କାମ କରିବ ନାହିଁ। ବ୍ୟାଙ୍କ ଅଫ୍ ଇଣ୍ଡିଆ ଋଣ ଡିଫଲ୍ଟ ମାମଲାରେ ବିଚାରକୁ ସ୍ଥଗିତ ରଖିବା ପାଇଁ ନୀରବ ମୋଦୀ ଦୃଷ୍ଟିହୀନତା, ମାନସିକ ଅବସାଦ ଓ ଜେଲ ସମସ୍ୟା ଦର୍ଶାଇ ଯେଉଁ ଆବେଦନ କରିଥିଲେ ସେହି ଆବେଦନକୁ ଖାରଜ କରିଦେଇଛନ୍ତି ଲଣ୍ଡନ ହାଇକୋର୍ଟ।
ବିଚାର ସମୟରେ ସମାନ ସୁଯୋଗ ମିଳିବ
ବିଚାରପତି ସାଇମନ ଟିଙ୍କଲର ସ୍ପଷ୍ଟ ଭାବରେ କହିଛନ୍ତି ଯେ ନୀରବଙ୍କୁ ବିଚାର ସମୟରେ ସମାନ ସୁଯୋଗ ମିଳିବ ଓ ତାଙ୍କୁ କୌଣସି ସମସ୍ୟା ହେବନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି, ନୀରବ ମୋଦୀ କୋର୍ଟରେ ଯେଉଁ ସମସ୍ୟାକୁ ଦର୍ଶାଇ ଆବେଦନ କରିଛନ୍ତି ତାହା ବିଳମ୍ବର ଏକ ଧାରା ପରି ମନେ ହେଉଛି। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଅସୁସ୍ଥତା ଓ ପରିସ୍ଥିତିକୁ ବ୍ୟବହାର କରି ସମୟ ଗଡ଼ାଇବାକୁ ଯେଉଁ ପ୍ରୟାସ କରାଯାଉଛି ତାହା ଆଉ କୋର୍ଟକୁ ଗ୍ରହଣୀୟ ନୁହେଁ। ନୀରବଙ୍କ ଉପରେ, ପ୍ରାୟ ୨ ବିଲିୟନ ଡଲାରର ବ୍ୟାଙ୍କ ଠକେଇ, ମନି ଲଣ୍ଡରିଂ ଏବଂ ସାକ୍ଷୀଙ୍କୁ ହେରଫେର କରିବା ଭଳି ସଙ୍ଗୀନ ଅଭିଯୋଗର ଲାଗିଛି। ସେ ୨୦୧୯ରୁ ୟୁକେରେ ଜେଲରେ ଅଛନ୍ତି ଏବଂ ପ୍ରତ୍ୟର୍ପଣ ରୋକିବା ପାଇଁ ତାଙ୍କର ଅନେକ ଆବେଦନ, ପୂର୍ବରୁ ପ୍ରତ୍ୟାଖ୍ୟାନ କରାଯାଇଛି।
ମେହୁଲ ଚୋକସିଙ୍କୁ ଲଣ୍ଡନରେ ବଡ଼ ଝଟକା
ସେପଟେ ମାମୁଁ ମେହୁଲ ଚୋକସିଙ୍କୁ ଲଣ୍ଡନରେ ଏକ ବଡ଼ ଝଟକା ଲାଗିଛି। ବ୍ରିଟିଶ କୋର୍ଟ ଭାରତ ସରକାର ଓ ଅନ୍ୟମାନଙ୍କ ବିରୋଧରେ ତାଙ୍କର ‘ଅପହରଣ’ ମାମଲାରେ ''ସିକ୍ୟୁରିଟି ଅଫ୍ କଷ୍ଟ'' ଆଦେଶ ଜାରି କରିଛନ୍ତି। ଏହାର ଅର୍ଥ ହେଉଛି ଚୋକସି ଯଦି ହାରିଯାଆନ୍ତି ତେବେ ବିରୋଧୀଙ୍କ ଖର୍ଚ୍ଚ ଭରଣା କରିବା ପାଇଁ ତାଙ୍କୁ ପ୍ରାୟ ଛଅ ଲକ୍ଷ ପାଉଣ୍ଡ (କିମ୍ବା ତା''ଠାରୁ ଅଧିକ) କୋର୍ଟରେ ଜମା କରିବାକୁ ପଡିବ। ତେବେ ଚୋକସି ଦାବି କରିଛନ୍ତି କି, ତାଙ୍କୁ ୨୦୨୧ ରେ ଏଣ୍ଟିଗୁଆରୁ ବଳପୂର୍ବକ ଅପହରଣ କରାଯାଇଥିଲା ଏବଂ ଡୋମିନିକା ନିଆଯାଇଥିଲା। ଯାହାକୁ ଭାରତ ସରକାର ଖଣ୍ଡନ କରିଛନ୍ତି।
ଆହୁରି ପଢ଼ନ୍ତୁ: Modi arrives in Malaysia: ଦୁଇଦିନିଆ ଗସ୍ତରେ ମାଲେସିଆରେ ପହଞ୍ଚିଲେ ମୋଦୀ: ରବିବାର ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/02/07/big-shock-for-nirav-modi-2026-02-07-17-21-55.png)