ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ପେଟରେ ରହିଯାଇଥିଲା ୯ଇଞ୍ଚର କତୁରୀ

ଲଣ୍ଡନ :ଆଗରୁ ଆମେ ଅସ୍ତ୍ରୋପଚାର ସମୟରେ ଅନେକ ଅସୁବିଧା ହୋଇଥିବା କଥା ଶୁଣି ଆସିଛେ। ଅସ୍ତ୍ରୋପଚାର ସମୟରେ ବ୍ୟବହାର ହେଉଥିବା ଛୁଞ୍ଚି ବା ଅନ୍ୟ କିଛି ଜିନିଷ ରୋଗୀର ଶରୀର ମଧ୍ୟରେ ରହିଯାଇଥିବା କଥା ଶୁଣିଛେ । ଏବେ ପୁଣି ସେହିଭଳି ଏକ ଘଟଣା ଘଟିଛି ଲଣ୍ଡନରେ । ବିଦେଶରେ ସ୍ୱାସ୍ଥ୍ୟ ସେବା ଅତ୍ୟାଧୁନିକ ହୋଇଥିବା ବେଳେ ସେଠାରେ ଏପରି ଘଟିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ।

indiatimes.com

ଲଣ୍ଡନରେ ରହୁଥିବା ଜଣେ ମହିଳାଙ୍କ ପେଟରେ ଏକ ଷ୍ଟୋନ ହୋଇଥିଲା। ସେ ଅସ୍ତ୍ରୋପଚାର କରିବାକୁ ଡାକ୍ତରଖାନାକୁ ଯାଇଥିଲେ। ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ପେଟରେ ଏକ ୯ଇଞ୍ଚିର କତୁରୀ ରହିଯାଇଥିଲା । କିନ୍ତୁ ଏ ବିଷୟରେ ମହିଳାଙ୍କୁ ଜଣା ନଥିଲା । ସେ ଭଲ ହୋଇ ଘରକୁ ଯିବାର ୧୦ ଦିନ ପରେ ତାଙ୍କ ପେଟରେ ହଠାତ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାର କାରଣ ଜାଣିବା ପାଇଁ ମହିଳାଜଣଙ୍କ ଡ଼ାକ୍ତଖାନାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ ସିଟିସ୍କାନ କରାଇବା ପାଇଁ କହିଥିଲେ । ସ୍କାନିଙ୍ଗ ପରେ ତାଙ୍କ ପେଟରେ ଏକ ୯ଇଞ୍ଚର କତୁରୀ ଫସି ରହିଥିବା ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କର ପୁନଃଅସ୍ତ୍ରୋପଚାର କରାଯାଇ କତୁରୀଟି ବାହାର କରାଯିବା ପରେ ସେ ସୁସ୍ଥ ହୋଇଥିଲେ ।

ସମ୍ବନ୍ଧିତ ଖବର