ଲଣ୍ଡନ: ଜୁଲାଇ ୪ ତାରିଖରେ ବ୍ରିଟେନରେ ସାଧାରଣ ନିର୍ବାଚନ ହେବ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଏହି ଘୋଷଣା କରିଛନ୍ତି। ସୁନକ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଭୋଟର୍ଙ୍କୁ ସାମ୍ନା କରିବେ। ୨୦୨୨ ଅକ୍ଟୋବରରେ ସୁନକଙ୍କୁ କନ୍ଜରବେଟିଭ ପାର୍ଟିର ନେତା ନିଯୁକ୍ତ କରାଯାଇଥିଲା। ୨୦୧୬ରେ ବ୍ରେକ୍ଜିଟ୍ ଜନମତ ପରେ ଏହା ହେଉଛି ତୃତୀୟ ସାଧାରଣ ନିର୍ବାଚନ। ସର୍ଭେରୁ ଜଣାପଡ଼ିଛି ଯେ କନଜରବେଟିଭ୍ ପାର୍ଟି ଦୀର୍ଘ ୧୪ ବର୍ଷ କ୍ଷମତାରେ ରହିବାପରେ ଚଳିତଥର ବିରୋଧୀ ଲେବର ପାର୍ଟିଠାରୁ ପରାଜିତ ହୋଇପାରେ। ଲେବର ପାର୍ଟି କହିଛି, ସେମାନେ ନିର୍ବାଚନ ପାଇଁ ପ୍ରସ୍ତୁତ। ଦେଶରେ ପରିବର୍ତ୍ତନ ପାଇଁ ଆମେ ଲୋକଙ୍କ ସହ କାମ କରୁଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସୁନକ ଜନ ଅସନ୍ତୋଷକୁ ପ୍ରତିହତ କରିବା ପାଇଁ ବିଭିନ୍ନ ରଣନୀତି ଅବଲମ୍ବନ କରିଥିବା ଜଣାପଡ଼ିଛି।
ଜୁଲାଇ ୪ରେ ବ୍ରିଟେନ ସାଧାରଣ ନିର୍ବାଚନ
/sambad/media/post_attachments/wp-content/uploads/2024/05/sffsfhfhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)