ଲଣ୍ଡନ : ବୋରିସ ଜନସନ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ । ସେ ଆସନ୍ତା କାଲି ଥେରେସା ମେଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିବାର ସମ୍ଭାବନା ରହିଛି । ଆଜି କନଜରଭେଟିଭ ପାର୍ଟି ତରଫରୁ ହୋଇଥିବା ଭୋଟରେ ବୋରିସ ୯୨୧୫୩ ଖଣ୍ଡ ଭୋଟ ପାଇ ଦଳର ନେତା ନିର୍ବାଚିତ ହୋଇଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀ ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜେରେମୀ ହଣ୍ଟଙ୍କୁ ୪୬,୬୫୬ ଖଣ୍ଡ ଭୋଟ ମିଳିଛି । ବୋରିସ ପୂର୍ବରୁ ବ୍ରିଟେନର ବୈଦେଶିକ ସଚିବ, ଲଣ୍ଡନର ମେୟର ଭାବେ କାର୍ଯ୍ୟ କରିଥିଲେ । ସେ ବ୍ରେକ୍ସିଟ ଜନମତକୁ ନେଇ ନିଜର ପ୍ରଚାର ଅଭିଯାନ ଚଳାଇଥିଲେ । ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ବ୍ରିଟେନକୁ ୟୁରୋପୀୟ ସଂଘରୁ ବାହାର କରିବା ଲାଗି ବଦ୍ଧ ପରିକର ।

Advertisment

publive-image

ସାମ୍ବାଦିକରୁ ପ୍ରଧାନମନ୍ତ୍ରୀ

ନ୍ୟୁୟର୍କରେ ବ୍ରିଟିସ ପିତାମାତାଙ୍କଠାରୁ ଜନ୍ମିତ ବୋରିସ ଜନସନଙ୍କ ପାଖରେ ଉଭୟ ବ୍ରିଟିଶ ଓ ଆମେରିକୀୟ ନାଗରିକତ୍ୱ ଅଛି । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପିଢିବା ସହ ୧୯୮୬ରେ ଅକ୍ସଫୋର୍ଡ ୟୁନିୟନର ସଭାପତି ହୋଇଥିଲେ । ୧୯୮୭ ମସିହାରେ ସେ ଟାଇମ୍ସ ସମ୍ବାଦପତ୍ରରେ ଜଣା ସାମ୍ବାଦିକଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବର୍ଷକ ପରେ ତାଙ୍କୁ ସେଠାରୁ ବାହାର କରିଦିଆଯାଇଥିଲା । ପରେ ସେ ଡେଲି ଟେଲିଗ୍ରାଫ ରେ କିିଛି ଦିନ କାମ କରିବା ପରେ ଦି ସ୍ପେକ୍ଟାକ୍ଟରର ସଂପାଦକ ହୋଇଥିଲେ ।