ଲଣ୍ଡନ : ବ୍ରିଟେନର ରୟାଲ କୋର୍ଟ ଅଫ ଜଷ୍ଟିସରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ପାଇଁ ଏକ ଆଶା ସୃଷ୍ଟି ହୋଇଛି । ନିଜର ପ୍ରତ୍ୟାର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବାକୁ ହାଇକୋର୍ଟ ଆଜି ବିଜୟ ମାଲ୍ୟାକୁ ଅନୁମତି ଦେଇଛନ୍ତି । ରୟାଲ କୋର୍ଟ ଅଫ ଜଷ୍ଟିସର ଏକ ଦୁଇ ଜଣିଆ ବେଞ୍ଚ ମାଲ୍ୟାଙ୍କ ଏହି ଆବେଦନର ଶୁଣାଣି କରିଥିଲେ ।

Advertisment

ଗତ ଫେବ୍ରୁଆରୀ ମାସରେ ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରଟ କୋର୍ଟ ଦେଇଥିବା ରାୟ ଓ ବ୍ରିଟେନର ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରିକୁ ଚ୍ୟାଲେଞ୍ଜ କରି ମାଲ୍ୟ ବ୍ରିଟେନର ହାଇକୋର୍ଟକୁ ଯାଇଥିଲେ । ଗତବର୍ଷ ଡିସେମ୍ବର ୧୦ ତାରିଖରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟାଙ୍କୁ କିଙ୍ଗଫିସର ଋଣ ମାମଲାରେ ଭାରତକୁ ପ୍ରତ୍ୟର୍ପଣ ପାଇଁ ରାୟ ଦେଇଥିବାବେଳେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ୍ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଥିଲେ ।