ନିରାଶ ହେଲା ନିରବ ମୋଦି, ବ୍ରିଟିଶ ହାଇକୋର୍ଟରେ ଜାମିନ ଆବେଦନ ଖାରଜ

ଲଣ୍ଡନ : ପୁଣି ନିରାଶ ହୋଇଛି ୧୩ ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି । ଆଜି ୟୁକେ ହାଇକୋର୍ଟ ( ରୟାଲ କୋର୍ଟ ଅଫ ଜଷ୍ଟିସ) ତାର ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଜଜ ଇନଗ୍ରିଡ ସିମଲର କହିଛନ୍ତି ଯେ ଜାମିନ ମିଳିବା ପରେ ନିରବ ମୋଦି ଆବଶ୍ୟକ ପଡିଲେ ପୁଣି ଆତ୍ମସମର୍ପଣ କରିବା ବିଶ୍ୱାସ ହେଉନାହିଁ । ସେ ମଧ୍ୟ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରେ ।
ଗତ ମାସରେ ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ନିରବର ଜାମିନ ଆବେଦନକୁ ଖାରଜ କରିବା ପରେ ନିବର ମୋଦି ୟୁକେ ହାଇକୋର୍ଟ ( ରୟାଲ କୋର୍ଟ ଅଫ ଜଷ୍ଟିସ)ରେ ଆବେଦନ କରିଥିଲା ।

ଗତ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନିରବ ମୋଦିକୁ ଗିରଫ କରିଥିଲା । ସେହି ଦିନଠାରୁ ସେ ଲଣ୍ଡନର ଏକ ଜେଲରେ ରହିଛି । ଗତ ମାର୍ଚ୍ଚ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ ।

ସମ୍ବନ୍ଧିତ ଖବର