ଜନ୍ମାଷ୍ଟମୀ ଉପଲକ୍ଷେ ଇସ୍କନ କୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କଲେ ଋଷି ସୁନକ୍

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଜନ୍ମାଷ୍ଟମୀ ଉପଲକ୍ଷେ ଲଣ୍ଡନରେ ଥିବା ଇସ୍କନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ।

ଏକ ଟ୍ବିଟ କରି ସୁନକ ଲେଖିଛନ୍ତି ଯେ “ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବ ଜନ୍ମାଷ୍ଟମୀର ଅବ୍ୟବହିତ ପୂର୍ବରୁ ଆଜି ମୁଁ ଓ ମୋ ପତ୍ନୀ ଅକ୍ଷତା ଯାଇ ଭକ୍ତିବେଦାନ୍ତ ମନ୍ଦିର ଯାଇଥିଲୁ ।“

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ସାରା ଭାରତ ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ କରାଯାଉଛି । କିନ୍ତୁ ବୈଷ୍ଣବ ମତାନୁସାରେ ଇସ୍କନ ପକ୍ଷରୁ ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ଜନ୍ମାଷ୍ଟମୀ ପାଳନ କରାଯାଉଛି ।

 

ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଏବେ ଚୂଡ଼ାନ୍ତ ମୁକାବିଲା ସୁନକ ଓ ଲିଜ୍ ଟ୍ରସଙ୍କ ମଧ୍ୟରେ ହେଉଛି । କିନ୍ତୁ ସୁନକ ଏହି ଦୌଡ଼ରେ ଟ୍ରସଙ୍କଠାରୁ ପଛେଇଯାଇଥିବା ଲକ୍ଷ୍ୟ କରାଯାଉଛି ।

ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା (ଏନଏଚଏସ) ରେ କାମ କରନ୍ତି। ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ଋଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା । ଋଷିଙ୍କ ଜନ୍ମ ବ୍ରିଟେନର ହାମ୍ପସାୟାରରେ ହୋଇଥିଲା । ରାଜନୀତିକୁ ଆସିବା ପୂର୍ବରୁ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ଗୋଲ୍ଡମ୍ୟାନ୍ ସାକ୍ସ ଓ ହେଜ୍ ଫଣ୍ଡରେ କାମ କରିଛନ୍ତି। ଏହାପରେ ସେ ଇନଭେଷ୍ଟମେଣ୍ଟ ଫାର୍ମର ପ୍ରତିଷ୍ଠା କରିଥିଲେ ।

 

 

ସମ୍ବନ୍ଧିତ ଖବର