ନୂଆଦିଲ୍ଲୀ: ଭକ୍ଷକ ସାଜିଲା ଆଇନର ରକ୍ଷକ। ୧୨ ଜଣ ମହିଳାଙ୍କୁ ୪୮ ଥର ଦୁଷ୍କର୍ମ କରିଛନ୍ତି ଜଣେ ପୁଲିସ ଅଧିକାରୀ। ସତ ସ୍ବୀକାର କରିବା ପରେ ତାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଦୁଷ୍କର୍ମ ସହ ୭୧ରୁ ଅଧିକ ଯୌନ ଅପରାଧ ମାମଲାରେ ମଧ୍ୟ ସଂପୃକ୍ତ ଅଛନ୍ତି ଅଭିଯୁକ୍ତ ପୁଲିସ ଅଧିକାରୀ।
୧୨ ଜଣ ମହିଳାଙ୍କ ପୁରୁଷ ବନ୍ଧୁ ସାଜି ସେମାନଙ୍କୁ ଦୁଷ୍କର୍ମ କରିଛନ୍ତି ୪୮ ବର୍ଷୀୟ ଏହି ପୁଲିସ ଅଧିକାରୀ। ମାମଲାଟି ବ୍ରିଟେନର। ଅଭିଯୁକ୍ତର ନାମ ଡେବିଡ କୋରିକ ଥିବା ଜଣା ପଡ଼ିଛି। ପ୍ରାୟ ୨୦ ବର୍ଷ ଧରି ସେ ଗୋଟିଏ ପରେ ଗୋଟିଏ ଅପରାଧ କରି ଆସୁଥିଲେ ବି ସେ ଧରାପଡି ନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅମାନୁଷିକତାର ସମସ୍ତ ସୀମା ଅତିକ୍ରମ କରିସାରିଥଲା ଡେବିଡ। ବଳାତ୍କାର କରିବା ପରେ ମହିଳାମାନଙ୍କୁ ଉଲଗ୍ନ କରି ସେମାନଙ୍କ ହାତରେ ଘର ସଫା କରାନ୍ତି, ସେମାନଙ୍କ ଉପରେ ପରିସ୍ରା କରନ୍ତି ଏପରିକି ସେମାନଙ୍କୁ ଆଲମାରୀରେ ବନ୍ଦ କରି ଦେଉଥିଲେ।
ଡେବିଡ ଡେଟିଂ ସାଇଟରେ ମହିଳାମାନଙ୍କୁ ଶିକାର କରୁଥିଲେ। ସେ ନିଜକୁ ପୁଲିସର ପରିଚୟ ଦେଇ ସେମାନଙ୍କ ବିଶ୍ୱାସ ଜିତୁଥିଲେ। ଅପରାଧ କରିବା ପରେ ସେ ପୁଲିସ୍ ଅଧିକାରୀ ହୋଇଥିବାରୁ ମହିଳାମାନଙ୍କ ଅଭିଯୋଗକୁ କେହି ବିଶ୍ୱାସ କରିବେ ନାହିଁ କହୁଥିଲେ ଡେବିଡ। ଫଳରେ ପୀଡ଼ି୍ତା ମହିଳାମାନେ ପୁଳିସରେ ତାଙ୍କ ବିରୋଧରେ ଅଭିଯୋଗ କରଚ ନଥିଲେ।