ନୂଆଦିଲ୍ଲୀ: ବ୍ରିଟେନରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ। ବିଶ୍ବର ଅନ୍ୟ ଦେଶରେ ଓମିକ୍ରନ ଏବେ ଭୟଙ୍କର ପ୍ରଭାବ ପକାଇନଥିବା ବେଳେ ବ୍ରିଟେନରେ ଓମିକ୍ରନର କରାଳ ଋପ ଦେଖିବାକୁ ମିଳିଛି। କରୋନାରେ ଆକ୍ରାନ୍ତ ହୋଇ ବ୍ରିଟେନରେ ୧୨ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଭାରିଆଣ୍ଟ ସଂକ୍ରମକ ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଏତେ ଅଧିକ ରହିବ ନାହିଁ ବୋଲି କୁହାଯାଉଥିବା ବେଳେ ବ୍ରିଟେନରେ ଏହାର ଠିକ ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି। ୧୨ଜଣଙ୍କ ମୃତ୍ୟୁ ସହ ୧୦୪ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସବୁଠାରୁ ବଡ଼ କଥା ହେବା ରବିବାର ବ୍ରିଟେନରେ ୧୨,୧୩୩ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଅନ୍ୟପକ୍ଷରେ, ଦିଲ୍ଲୀରେ ପୁଣି ୪ଟି ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ମାମଲା ଚିହ୍ନଟ ହେବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏ ଧରଣର ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଏହି ୪ଜଣ ଆକ୍ରାନ୍ତଙ୍କ ମିଶାଇ ସଂକ୍ରମିତଙ୍କୁ ମିଶାଇ ସମଗ୍ର ଦେଶରେ ‘ଓମିକ୍ରନ୍‌’ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି।

ଗତ ୧୮ ଦିନ ମଧ୍ୟରେ ଦେଶର ସମୁଦାୟ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ଚିହ୍ନଟ କରିଥିବା ଜଣାପଡ଼ିଛି। ଭାରତରେ ପ୍ରଥମ ‘ଓମିକ୍ରନ୍’ ଚିହ୍ନଟ କରିଥିବା ରାଜ୍ୟ ହେଉଛି କର୍ଣ୍ଣାଟକ। ଡିସେମ୍ବର ୨ ତାରିଖରେ ପ୍ରଥମେ କର୍ଣ୍ଣାଟକରେ ହିଁ ଭାରତର ପ୍ରଥମ ‘ଓମିକ୍ରନ୍ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ଚିହ୍ନଟ ହୋଇଥିଲା।

publive-image

ସରକାରୀ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୨୮, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, ତେଲେଙ୍ଗାନାରେ ୨୦, ଗୁଜରାଟରେ ୧୧, କେରଳରେ ୧୧, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡୀଗଡ଼ରେ ୧, ତାମିଲନାଡୁରେ ୧ ଏବଂ ପଶ୍ଚିମବଙ୍ଗରେ ୧ଟି ‘ଓମିକ୍ରନ୍‌’ ମାମଲା ଚିହ୍ନଟ ହୋଇଛି।