ଉପସାଗରୀୟ ଅଞ୍ଚଳରେ ଯୁଦ୍ଧର କଳାବାଦଲ, ବ୍ରିଟିଶ ଜାହାଜ ଛାଡିବାକୁ ମନାକଲା ଇରାନ, ବ୍ରିଟେନର ଧମକ

ତେହେରାନ: ଅଟକ ଥିବା ବ୍ରିଟିଶ ଜାହଜ ଷ୍ଟେନା ଇମ୍ପେରୋ ଓ ସେଥିରେ ବନ୍ଦୀ ଥିବା ୨୩ ଜଣ କର୍ମଚାରୀଙ୍କୁ ଛାଡିଦେବାକୁ ବ୍ରିଟେନ ଓ ଅନ୍ୟ ୟୁରୋପୀୟ ଦେଶଙ୍କ ନିବେଦନକୁ ଅଗ୍ରାହ୍ୟ କରିଦେଇଛି ଇରାନ । ଏହା ଫଳରେ ଉପସାଗରୀୟ ଅଞ୍ଚଳରେ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ।

ଏପରିକି ଏହି ଘଟଣା ଯୁଦ୍ଧ ଆଡକୁ ଯିବାର ମଧ୍ୟ ଆଶଙ୍କା ବଢିଯାଇଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏ ପ୍ରସଙ୍ଗରେ ବ୍ରିଟେନ କହିଛି ଯେ ତୈଳବାହୀ ଜାହଜ ଜବତ ଘଟଣାରୁ ଜଣାପଡୁଛି ଯେ ଇରାନ ଏକ ବିପଦପୂର୍ଣ୍ଣ ରାସ୍ତା ବାଛିସାରିଛି ।
ଗତ କାଲି ଅର୍ଥାତ ଶୁକ୍ରବାରଦିନ ଷ୍ଟ୍ରେଟ ଅଫ ହର୍ମୁଜଠାରେ ଥିବା ଏହି ବ୍ରିଟିଶ ଜାହାଜ ଏକ ଇରାନୀୟ ମାଛମରା ବୋଟ ସହିତ ମୁହାଁମୁହିଁ ହେବା ପରେ ଇରାନର ନୌସେନା ଏହି ଜାହାଜକୁ ଜବତ କରି ଇରାନର ବନ୍ଦର ଆବ୍ଦାସକୁ ନେଇଯାଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜବତ ହୋଇଥିବା ଏହି ଜାହାଜ ‘ଷ୍ଟେନା ଇମ୍ପେରୋ’ ରେ ଥିବା ମୋଟ ୨୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ।

ସମ୍ବନ୍ଧିତ ଖବର