ଭାରତରେ ବ୍ରିଟେନ ଷ୍ଟେନ କରୋନା ଆକ୍ରାନ୍ତ ସଂଖ୍ୟା ୭୩କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ବ୍ରିଟେନ ଷ୍ଟେନ କରୋନା ଭୁତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସଂଧ୍ୟାରେ ସୂଚନା ଦିଆଯାଇଛି । ଏସବୁ ଆକ୍ରାନ୍ତମାନଙ୍କୁ ଗୋଟିଏ ଗୋଟିଏ ଘରେ ଏକାନ୍ତବାସରେ ରଖାଯାଇଛି । ଏହି ଲୋକମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ମଧ୍ୟ ଏକାନ୍ତବାସରେ ରଖାଯାଇଛି । ଏହାଛଡ଼ା କଣ୍ଟ୍ରାକ୍ଟ ଟ୍ରେସିଂ କାମ ଜାରି ରହିଛି । ବ୍ରିଟେନ ଷ୍ଟେନ କରୋନା ଭୁତାଣୁ ଦ୍ବାରା ସଂକ୍ରମିତ ଲୋକମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇ ଜିନୋମ ସିକ୍ବେନ୍ସିଂ ଜାରି ରହିଛି । ଏହି ଭୁତାଣୁ ବିଶ୍ବର ବିଭିନ୍ନ ଦେଶରେ ପହଞ୍ଚିସାରିଥିବାରୁ ଭାରତ ସରକାର ବିଶେଷ ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଏହି ଭୁତାଣୁ ଏବେ ବିଶ୍ବର ବିଭିନ୍ନ ଦେଶ ଯଥା ଡେନମାର୍କ, ଅଷ୍ଟ୍ରେଲିଆ, ନେଦରଲାଣ୍ଡସ,ସ୍ବିଡେନ, ଇଟାଲୀ, ଫ୍ରାନ୍ସ,ସ୍ପେନ, ଜର୍ମାନୀ, ସ୍ବିଜରଲାଣ୍ଡ,କାନାଡା, ଜାପାନ,ସିଂଗାପୁର, ଲେବାନନ ପ୍ରଭୃତି ଦେଶରେ ପହଞ୍ଚିସାରିଛି । ବ୍ରିଟେନରେ ସ୍ଥିତି ସାଂଘାତିକ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଲୋକମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର