୫ଟି ଋଷୀୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ବ୍ରିଟେନ, ନର୍ଡ ଷ୍ଟ୍ରିମ୍ ୨ ପାଇପଲାଇନ ପ୍ରକଳ୍ପକୁ ସ୍ଥଗିତ କଲା ଜର୍ମାନୀ

ନୂଆଦିଲ୍ଲୀ: ବିରୋଧ ସତ୍ତ୍ବେ ଋଷ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଆଗକୁ ବଢ଼ୁଛି। ଏହାକୁୁ ସମର୍ଥନ କରାଯିବ ନାହିଁଁ ବୋଲି ମିଳିତ ଜତିସଂଘ ସଫା ସଫା ମନା କରିସାରିଥିଲେ ବି ଋଷ ପଛକୁ ହଟୁନାହିଁ। ଋଷର ଏଭଳି କାମକୁ ବିରୋଧ କରି ଆମେରିକା, ବ୍ରିଟେନ ଓ ୟୁରୋପୀୟ ସଂଘ ଆର୍ଥିକ କଟକଣା ଲଗାଇସାରିଛନ୍ତିି। ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ବ୍ରିଟେନ ପ୍ରଧାନମନ୍ତ୍ରୀ ୫ଟି ଋଷୀୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମସ୍କୋ ସୈନ୍ୟବାହିନୀ ନିୟୋଜିତ ହେବା ପରେ ବ୍ରିଟେନ ପାଞ୍ଚଟି ଋଷୀୟ ବ୍ୟାଙ୍କ ଏବଂ  ତିନି ଜଣ ଧନୀ ବ୍ୟକ୍ତିବିଶେଷଙ୍କ ଉପରେ କଟକଣା ଲାଗୁ କରିଛି।

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ୟୁକ୍ରେନର ଦୁଇଟି ଡୋନେସ୍କ ଗଣରାଜ୍ୟ ଓ ଲୁଗାନସ୍କ ଗଣରାଜ୍ୟକୁ ଋଷ ସେନା ପ୍ରବେଶ କରିବା ପ୍ରତିକ୍ରିୟାରେ ଏହା ହେଉଛି ପ୍ରଥମ ପଦକ୍ଷେପ। ଯଦି ଯୁଦ୍ଧ ହୁଏ ତେବେ ଋଷକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। କେବଳ ବ୍ରିଟେନ ନୁହେଁ ଜର୍ମାନୀ ମଧ୍ୟ ଋଷକୁ ବିରୋଧ କରି କଡ଼‌ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଋଷ ସହିତ ନର୍ଡ ଷ୍ଟ୍ରିମ ୨ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ ଜର୍ମାନୀ ସ୍ଥଗିତ ରଖିଛି।

Ukraine Russia conflict
indiatoday

ତେବେ ଋଷ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛି। ପୂର୍ବ ୟୁକ୍ରେନର ଦୁଇ ରାଜ୍ୟକୁ ପୃଥକ ଦେଶ ଭାବରେ ଘୋଷଣା କରିବା ପରେ ଋଷ ବର୍ତ୍ତମାନ କହିଛି ଯେ, ପୂର୍ବ ୟୁକ୍ରେନକୁ ନିଜର ସୈନ୍ୟ ପଠାଇବା ପାଇଁ ମସ୍କୋ କୌଣସି ଯୋଜନା କରୁନାହିଁ।

ସମ୍ବନ୍ଧିତ ଖବର