୧୫୦ତମ ଜୟନ୍ତୀ ପାଳନ ପାଇଁ ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ କଏନ୍‌ ପ୍ରଚଳନ କରିବ ଇଂଲଣ୍ଡ

ଲଣ୍ଡନ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଗୋଟାଏ ସ୍ମାରକୀ ଧାତବ ମୁଦ୍ରା ବା ‘କଏନ୍‌’ ପ୍ରକାଶ କରିବାକୁ ଇଂଲଣ୍ଡ ନିଷ୍ପତ୍ତି ନେଇଥିବା କଥା ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ସାଜିଦ୍‌ ଜାଓ୍ଵିଦ୍‌ କହିଛନ୍ତି।

ପାକିସ୍ତାନୀ ବଂଶୋଦ୍ଭବ ବ୍ରିଟେନ୍‌ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଦ୍ରା ପ୍ରସ୍ତୁତ କରିବାକୁ ମୁଁ ଇଂଲଣ୍ଡ୍‌ର ରୟାଲ୍‌ ମିଣ୍ଟ୍‌କୁ କହିଛି। ଏହାଦ୍ୱାରା ଗାନ୍ଧୀଜୀଙ୍କ ଦ୍ୱାରା ପାଇଥିବା ଶିକ୍ଷାକୁ ବିଶ୍ୱବାସୀ ଭୁଲି ପାରିବେ ନାହିଁ।

ଲଣ୍ଡନରେ ବ୍ରିଟିସ୍‌ ଏସିଆନ୍‌ ସଫଳତା ପାଳନ କରିବା ନିମନ୍ତେ ଆୟୋଜିତ ଜିଜି-୨ ବାର୍ଷିକ ଉତ୍ସବରେ ଗୁରୁବାର ରାତିରେ ଏହି ଘୋଷଣା କରିଛନ୍ତି।

ଜିଜି-୨ର ପ୍ରକାଶକ ଇଂଲଣ୍ଡସ୍ଥିତ ଏସିଆନ୍‌ ମିଡିଆ ଗ୍ରୁପ୍‌ ରିଲିଜ୍‌ କରିଥିବା ବାର୍ଷିକ କ୍ଷମତା ତାଲିକାର ଶୀର୍ଷରେ ଜାଓ୍ଵିଦ୍‌ ରହିଛନ୍ତି।

Image Source: News18

ସେ କହିଛନ୍ତି: ଆଜିର ସମ୍ମାନ ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଛି। ଏ କଥା ଘୋଷଣା କରିବାର ଉପଯୁକ୍ତ ସମୟ ଉପସ୍ଥିତ ଯେ ତାଙ୍କ ସମ୍ମାନାର୍ଥେ ଗୋଟାଏ ନୂତନ ସ୍ମାରକୀ ମୁଦ୍ରା ପ୍ରକାଶ କରିବାକୁ ମୁଁ ଇଂଲଣ୍ଡ୍‌ର ରୟାଲ୍‌ ମିଣ୍ଟ୍‌କୁ କହିଛି। ବିଶ୍ୱକୁ ଗାନ୍ଧୀଜୀ ଯାହା ଶିକ୍ଷା ଦେଇଛନ୍ତି ଆମେ ସେ ସବୁକୁ ଭୁଲିଯିବା ଉଚିତ ନୁହେଁ।

ସେ କହିଛନ୍ତି: ଗାନ୍ଧୀଜୀ ଆମକୁ ଶିକ୍ଷା ଦେଇଛନ୍ତି ଯେ କ୍ଷମତା କେବଳ ଧନ ଓ ଉଚ୍ଚ ପଦବୀରୁ ଆସେ ନାହିଁ। ସେ ଯେଉଁ ମୂଲ୍ୟବୋଧ ନେଇ ଜୀବନଯାପନ କରିଥିଲେ ଆମେ ସର୍ବଦା ସେ ସବୁ ମନେରଖିବା ଉଚିତ। ଏହାଛଡ଼ା ବହୁ ବର୍ଷ ତଳେ ଆମର ପିତାମାତା ସେ ସବୁ ମୂଲ୍ୟବୋଧ ଧରି ଏଠାରେ ପହଞ୍ଚିଥିଲେ। ତାକୁ ମଧ୍ୟ ଆମେ ପାସୋରି ପକାଇବା କଥା ନୁହେଁ।

ଜାଓ୍ଵିଦ୍‌ ହେଉଛନ୍ତି ଜଣେ ବ୍ରିଟିସ୍‌ ପାକିସ୍ତାନୀ ବସ୍‌ ଡ୍ରାଇଭର୍‌ଙ୍କ ପୁଅ।

ସମ୍ବନ୍ଧିତ ଖବର