ସ୍କାର୍‌ବରୋ: ଇଂଲଣ୍ଡର ନର୍ଥ ୟର୍କସାଇର୍‌ ଅନ୍ତର୍ଗତ ସ୍କାର୍‌ବରୋରେ ୪୦ ମିନିଟ୍‌ ପାଇଁ ମରିଯାଇଥିବା ଜଣେ ମହିଳା ଡାକ୍ତରଙ୍କ ପ୍ରଚେଷ୍ଟାରେ ପୁଣି ଜୀବନ ପାଇ ମୃତ୍ୟୁ ସମୟର ବିଚିତ୍ର କଥା କହିଛନ୍ତି ବୋଲି ‘ଦି ମେଟ୍ରୋ’ ରିପୋର୍ଟ କରିଛି।

Advertisment

ରିପୋର୍ଟରେ ଉଲ୍ଲେଖ ଅଛି ୩ଟି ପିଲାଙ୍କ ମାଆ କ୍ରିଷ୍ଟି ବର୍‌ଟଫ୍‌ ନାମକ ସେ ମହିଳା ତାଙ୍କ ଭାବୀ ସ୍ବାମୀ ଷ୍ଟୁ’ଙ୍କୁ ଅପେକ୍ଷା କରି ବସିଥିଲେ। ପରେ ସୋଫାରେ ତାଙ୍କ ନିଷ୍ପ୍ରାଣ ଶରୀର ପଡ଼ିଥିବା ଦେଖାଯାଇଥିଲା। ତାଙ୍କର ଆଖି ମେଲା ଥିଲା। ୪୦ ମିନିଟ୍‌କାଳ ଅକ୍ଳାନ୍ତ ଉଦ୍ୟମ କରି ଡାକ୍ତରମାନେ କ୍ରିଷ୍ଟିଙ୍କ ଶ୍ବାସକ୍ରିୟା ଫେରାଇ ଆଣିବାରୁ ସେ ପୁନର୍ଜୀବନ ପାଇଲେ। ସେ ହୃଦ୍‌ଘାତର ସରବ୍ୟ ହୋଇଥିବା ଡାକ୍ତରମାନେ କହିଛନ୍ତି।

କିନ୍ତୁ, ତାଙ୍କର ଏହି ୪୦ ମିନିଟ୍‌ର ମୃତ୍ୟୁ ସମୟରେ ସେ ତାଙ୍କ ଚର୍ମରେ ବିଚିତ୍ର ଷଡ଼ଭୁଜ (୬କୋଣିଆ) ଆକୃତି ଏବଂ କେତେକ ଅଦ୍ଭୁତ ଘଟଣା ଦେଖିଥିବା କଥା କହିଛନ୍ତି।

ସେ କହିଛନ୍ତି, ସେ ସମୟରେ ଯାହା ସବୁ ଘଟିଗଲା ତାହା ମୋର ପରିବାର ଲୋକେ ଜାଣନ୍ତି ନାହିଁ। କିନ୍ତୁ, ମୋର ଆତ୍ମା ମୋ ଭଉଣୀ ସହିତ ଯୋଗାଯୋଗ କରି ଘଟଣା କ’ଣ ବୋଲି ପଚାରିଲା। ମୋ ଆତ୍ମା ଯାଇ ତା’ ଘରର ଆଗ କୋଠରିରେ ପହଞ୍ଚି  ମୋ ପୁଅମାନଙ୍କର ଓ ବାପାଙ୍କ ନାମ ତାଲିକା ଲେଖିବାକୁ କହୁଥିଲା।

publive-image Image Courtesy of Mirror

କିନ୍ତୁ, ଭଉଣୀ ମତେ କହିଲା ଯେ, ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇ ପ୍ରାଣ ବଞ୍ଚାଇବା ଲାଗି ଉଦ୍ୟମ କରୁଛି। ମୁଁ ସେଠାରେ ୨ ଘଣ୍ଟା ଥିଲି। ମୁଁ ମୋର ବାନ୍ଧବୀକୁ କହିଲି ଯେ, ମୋ ଶରୀର ଭାଙ୍ଗି ପଡୁଛି। ମୋର ମନେ ହେଲା ମୁଁ ଆଉ ମୋ ଦେହରେ ପ୍ରବେଶ କରି ପାରିବି ନାହିଁ। କିନ୍ତୁ, ସେ ମତେ ଫେରିଯିବାକୁ ଜିଗର କରି କହିଲା। ସେତେବେଳକୁ ଡାକ୍ତରଖାନାରେ ମୋ ପରିବାର ଲୋକଙ୍କୁ କୁହାଯାଇଥିଲା ଯେ, ମୁଁ ମରିଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଶେଷରେ ମୁଁ ମୋ ଶରୀରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଲି। ଭଲ ହେବା ପାଇଁ କ’ଣ ଆବଶ୍ୟକ ମତେ ଜଣାଥିଲା। ତାହା ହେଉଛି ‘ଇନ୍‌ଫର୍ମେସନ୍‌ ଡାଉନ୍‌ଲୋଡ୍‌’ କରିବା ପରି। ମୋର ହୃଦ୍‌ବୋଧ ହେଲା, ଜଣେ ମରେ ନାହିଁ, କେବଳ ଶରୀର ଚାଲିଯାଏ। ଏତିକିରେ ଜଣକର ଅଭିଯାନ ଶେଷ ହୋଇଯାଏ ନାହିଁ। ମୋର ମନେହେଉଛି, ଆମେ ଏଠାରେ ଜାଗ୍ରତ ହେବାକୁ, ଉନ୍ନତି କରିବାକୁ ଓ ଆବେଗକୁ ମାର୍ଜିତ କରିବା ଲାଗି ଆମେ ଏଠାରେ ଉପସ୍ଥିତ।