ରୁଷ ଉପରେ ୟୁକ୍ରେନର ଆଉ ଏକ ବଡ଼ ଆକ୍ରମଣ

୭୨ ଘଣ୍ଟା ମଧ୍ୟରେ ରୁଷ ଉପରେ ଆଉ ଏକ ବଡ଼ ଆକ୍ରମଣ କରିଛି ୟୁକ୍ରେନ । ଏଥର ୟୁକ୍ରେନୀୟ ସେନା କ୍ରିମିୟା ସେତୁ ଉପରେ ୧୧୦୦ କିଲୋଗ୍ରାମ ବିସ୍ଫୋରକ ପାଣି ତଳେ ରଖି ଉଡ଼ାଇ ଦେଇଛି। ଏହା ଦ୍ବାା

crimea

କିଭ୍: ୭୨ ଘଣ୍ଟା ମଧ୍ୟରେ ରୁଷ ଉପରେ ଆଉ ଏକ ବଡ଼ ଆକ୍ରମଣ କରିଛି ୟୁକ୍ରେନ । ଏଥର ୟୁକ୍ରେନୀୟ ସେନା କ୍ରିମିୟା ସେତୁ ଉପରେ ୧୧୦୦ କିଲୋଗ୍ରାମ ବିସ୍ଫୋରକ ପାଣି ତଳେ ରଖି ଉଡ଼ାଇ ଦେଇଛି। ତଥାପି, ଏହା ସେତୁକୁ କେତେ କ୍ଷତି ପହଞ୍ଚାଇଛି ତାହାର ସଠିକ ବିବରଣୀ ଏପର୍ଯ୍ୟନ୍ତ ଆସିନାହିଁ।

 ୟୁକ୍ରେନର ସୁରକ୍ଷା ସେବା (ଏସବିୟୁ) ଅନୁଯାୟୀ, ଏହି ଆକ୍ରମଣରେ ଟିଏନଟି ବିସ୍ଫୋରକ ବ୍ୟବହାର କରାଯାଇଛି। ଏହି ଆକ୍ରମଣ କ୍ରିମିୟା ସେତୁକୁ ବଡ଼ କ୍ଷତି ପହଞ୍ଚାଇଛି ବୋଲି ଦାବି କରିଛି। ଏହା ରୁଷକୁ କ୍ରିମିୟା ସହିତ ସଂଯୋଗ କରୁଥିବା ଏକ ରଣନୈତିକ ଏବଂ ବାଣିଜ୍ୟିକ ଭାବରେ ଗୁରୁତ୍ୱପୂର୍ଣ୍ଣ ସେତୁ। ବିସ୍ଫୋରଣ ପରେ ଏହି ପୋଲ ଉପରେ ଗମନାଗମନକୁ ସ୍ଥଗିତ ରଖାଯାଇଛି । ଏହା ପୂର୍ବରୁ ମଧ୍ୟ ୟୁକ୍ରେନ ଅନେକ ଥର ଏହି ସେତୁକୁ ଉଡ଼ାଇ ଦେବାକୁ ଚେଷ୍ଟା କରିଥିଲା।

ଦୁଇ ଦିନ ତଳେ ଅର୍ଥାତ୍ ଜୁନ୍ ୦୧ ତାରିଖରେ ୟୁକ୍ରେନ ଏକ ଡ୍ରୋନ୍ ଆକ୍ରମଣରେ ରୁଷର ୫ଟି ସେନା ଘାଟି ଉଡ଼ାଇ ଦେଇଥିଲା। ଏଥିରେ ୟୁକ୍ରେନ ରୁଷର ୪୧ଟି ଯୁଦ୍ଧ ବିମାନକୁ ନଷ୍ଟ କରିଥିବା ଦାବି କରିଥିଲା। ତିନିବର୍ଷ ତଳେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ଥିବା ରୁଷ ଉପରେ ସବୁଠାରୁ ଭୟାନକ ଆକ୍ରମଣ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe