ବୁଚା: ୟୁକ୍ରେନ୍ର ଅନ୍ୟ ଅଞ୍ଚଳରେ ଆକ୍ରମଣ କରିବା ପାଇଁ କ୍ରେମ୍ଲିନ୍ ସୈନିକମାନେ କିବ୍ ଅଞ୍ଚଳରୁ ଚାଲିଯିବା ପରେ କିବ୍ ନିକଟବର୍ତ୍ତୀ ନଗରୀମାନଙ୍କରେ ବହୁସଂଖ୍ୟକ ଶବ ଏଣେତେଣେ ପଡ଼ିଥିବା ଦେଖି ୟୁକ୍ରେନୀୟ ସରକାରୀ କର୍ତ୍ତୃପକ୍ଷମାନେ ରୁଷ୍ ଯୁଦ୍ଧ ଅପରାଧ କରିଥିବା ସଂକ୍ରାନ୍ତରେ ଦତନ୍ତ ଚଳାଇଛନ୍ତି। ସେଥିରୁ ବନ୍ଧାଯାଇ ଅତି ନିକଟରୁ ଗୁଳି ମରାଯାଇଥିବା କେତେକ ଶବ ମଧ୍ୟ ମଳିଛି।
କିବ୍ ସିଟି ସେଣ୍ଟର୍ର ଉତ୍ତରପଶ୍ଚିମକୁ ୩୭ କିଲୋମିଟର୍ ଦୂର ବୁଚା ନଗରୀରେ ଗୋଟାଏ ରାସ୍ତାକଡ଼ରେ ଜଣେ ଲୋକର ଶବ ପଡ଼ିଥିବା ‘ରଏଟର୍ସ’ର ସାମ୍ବାଦିକମାନେ ଦେଖିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ହାତକୁ ପଛଆଡୁଆ ବନ୍ଧାଯାଇ ତାଙ୍କ ମୁଣ୍ଡରେ ଗୁଳି ମରାଯାଇଛି।
Image Courtesy of Timeବୁଚାର ଡେପୁଟି ମେୟର୍ ତାରାସ୍ ଶାପ୍ରାଭ୍ସ୍କି କହିଛନ୍ତି, ଗତ ସପ୍ତାହ ଶେଷ ଆଡ଼କୁ ସହରରୁ ରୁଷୀୟ ସେନା ଅପସରିଯିବା ପରେ ମିଳିଥିବା ପ୍ରାୟ ୩୦୦ ଶବ ମିଳିଛି। ସେଥିରେ ରହିଛି ରୁଷୀୟ ସେନାର ନିର୍ବିଚାର ହତ୍ୟାର ଶିକାର ହୋଇଥିବା ୫୦ଜଣ ବ୍ୟକ୍ତିଙ୍କ ଶବ।
Image Courtesy of India Todayଏ ସଂକ୍ରାନ୍ତରେ ରବିବାର ଦିନ ଦେଇଥିବା ବିବୃତିରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ବୁଚାରେ ରୁଷୀୟ ସେନା ଅପରାଧ କରିଛନ୍ତି ବୋଲି ଅଭିଯୋଗ କରି ୟୁକ୍ରେନୀୟ କର୍ତ୍ତୃପକ୍ଷମାନେ ପ୍ରକାଶ କରିଥିବା ସମସ୍ତ ଫଟୋ ଓ ଭିଡିଓ କ୍ରୋଧ ଉଦ୍ରେକକାରୀ। ବୁଚାର କୌଣସି ବାସିନ୍ଦା ରୁଷୀୟ ସେନାଦ୍ବାରା ନିର୍ଯାତନା ପାଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Russia-Did-Offensive-Work-to-Killed-General-People_Thumbnail.jpg)