ନୂଆଦିଲ୍ଲୀ: ହଟିଲେ ଋଷ ସେନା। ପୁଣି ଥରେ ଖାର୍କିଭକୁ ନିଜ ଅକ୍ତିଆରକୁ ନେଲା ୟୁକ୍ରେନ। ଖାର୍କିଭ୍ ରାଜ୍ୟପାଳ ଦାବି କରିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ଏହି ସହରକୁ ପୁଣି ଥରେ ନିଜ ଦଖଲକୁ ଆଣିଛନ୍ତି। ୪ଦିନ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଋଷ ସେନା ଖାର୍କିଭକୁ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି ୟୁକ୍ରେନ ସେନା ଏହାକୁ ବିଫଳ କରିଦେଇଛନ୍ତି। ଖାର୍କିଭ୍ ରାଜ୍ୟପାଳ ଦାବି କରିଛନ୍ତି ଯେ ଋଷର ସୈନିକମାନେ ଟ୍ୟାଙ୍କର ଏବଂ ସେମାନଙ୍କ ଗାଡି ଛାଡି ପଳାୟନ କରିଛନ୍ତି।
ଏହା ପୂର୍ବରୁ ୟୁକ୍ରେନ ପକ୍ଷରୁ ଦାବି କରାଯାଇଥିଲା ଯେ, ୟୁକ୍ରେନ ସେନାର ଆକ୍ରମଣରେ ଋଷର ୪,୩୦୦ ଯବାନ ପ୍ରାଣ ହରାଇଛନ୍ତି। ଏହା ସହ ରୁଷୀୟ ସୈନ୍ୟମାନଙ୍କ ପ୍ରାୟ ୧୪୬ଟ୍ୟାଙ୍କର, ୨୭ଟି ବିମାନ ଏବଂ ୨୬ଟି ହେଲିକପ୍ଟର ୟୁକ୍ରେନ ସେନା ନଷ୍ଟ କରିଦେଇଛନ୍ତି। ତେବେ ଦୁଇ ଦେଶର ସୈନ୍ୟମାନେ ନିଜ ଏବେ ସାମ୍ନାସାମ୍ନୀ ହୋଇଥିବା ବେଳେ ଋଷର ଗଣମାଧ୍ୟମ ଦାବି କରିଛି ଯେ ୟୁକ୍ରେନ ନିଜର ପ୍ରତିନିଧୀ ଦଳକୁ ବେଲାଋଷକୁ ଆଲୋଚନା ପାଇଁ ପଠାଇଛି। ତେବେ ଏହି ଯୁଦ୍ଧ ଆଉ କେତେ ଦିନ ଚାଲିବ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/t-116.jpg)