ରୁଷ ସହିତ ତୃତୀୟ ରାଉଣ୍ଡ ଆଲୋଚନା ପାଇଁ ବେଲାରୁଷ-ପୋଲାଣ୍ଡ ସୀମାରେ ପହଞ୍ଚିଲେ ୟୁକ୍ରେନ ପ୍ରତିନିଧୀ ଦଳ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରସ୍ତାବ ଉପରେ ଆଜି ହେବ ତୃତୀୟ ରାଉଣ୍ଡ ଆଲୋଚନା। ଏନେଇ ବେଲାରୁଷ-ପୋଲାଣ୍ଡ ସୀମାରେ ପହଞ୍ଚିଛନ୍ତି ୟୁକ୍ରେନ ପ୍ରତିନିଧୀ ଦଳ। ଏହା ପୂର୍ବରୁ ଦୁଇଥର ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୟୁକ୍ରେନକୁ କୌଣସି ସୁଫଳ ମିଳିନାହିଁ। ବରଂ ଯୁଦ୍ଧକୁ ଆହୁରି ତୀବ୍ର କରିଛି ରୁଷ। ତେବେ ଆଜିର ଆଲୋଚନା ପରେ କ’ଣ ନିଷ୍ପତ୍ତି ନିଆଯିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ରୁଷ ଶପଥ ନେଇଛି। ରୁଷ କହିଛି ଯେ ଯଦି ୟୁକ୍ରେନ ସେମାନଙ୍କର ୪ଟି ସର୍ତ୍ତ ଗ୍ରହଣ କରେ ତେବେ ଯୁଦ୍ଧ ତୁରନ୍ତ ବନ୍ଦ ହୋଇଯିବ। ସେହି ୪ ଟି ସର୍ତ୍ତ ହେଉଛି

୧.. ସାମରିକ କାର୍ଯ୍ୟ ବନ୍ଦ କରନ୍ତୁ।
୨. ନିରପେକ୍ଷ ରହିବାକୁ ସମ୍ବିଧାନକୁ ପରିବର୍ତ୍ତନ କରାଯିବା ଉଚିତ୍।
୩. କ୍ରିମିଆକୁ ରୁଷର ଅଞ୍ଚଳ ଭାବରେ ସ୍ୱୀକୃତି ଦିଆଯାଉ।
୪. ଡୋନେଟସ୍କ୍ ଏବଂ ଲୁହାନସ୍କକୁ ପୃଥକ ସ୍ବାଧୀନ ଦେଶ ଭାବରେ ସ୍ୱୀକୃତି ଦିଆଯାଉ।

ତେବେ ଆଜି ରୁଷ, ଏହାର ବ୍ୟାବସାୟିକ ସଂସ୍ଥା ଏବଂ ନାଗରିକଙ୍କ ବିରୋଧରେ ଶତ୍ରୁ ଭଳି ଆଚରଣ କରିଥିବାରୁ ରୁଷ ପ୍ରାୟ ୩୧ଟି ଦେଶକୁ ଶତ୍ରୁ ବୋଲି କହିଥିବା ଜଣାପଡ଼ିଛି। ଏହି ସୂଚୀରେ ଆମେରିକା, ଜାପାନ, ବ୍ରିଟେନ ଭଳି ଦେଶ ଥିବା ଦେଖାଯାଇଛି। ଚୀନର ଗଣମାଧ୍ୟମ ସିଜିଟିଏନ ଦାବି କରିଛି ଯେ ରୁଷ ଏହାର ଶତ୍ରୁ ଦେଶ ତାଲିକାକୁ ଅନୁମୋଦନ କରିଛି। ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘରେ ସଦସ୍ୟ ଥିବା ଦେଶ ଏହି ତାଲିକାରେ ରହିଛନ୍ତି। ୟୁରୋପୀୟ ସଂଘରେ ୨୭ଟି ଦେଶ ରହିିଥିବା ବେଳେ ମୋଟ ୩୧ଟି ଦେଶକୁ ଶତ୍ରୁ ଦେଶ ତାଲିକାରେ ସାମିଲ କରିଛି ରୁଷ।

ସମ୍ବନ୍ଧିତ ଖବର