କିବ୍ : ରୁଷ୍ର ୨ଟି ପାଟ୍ରୋଲ୍ ବୋଟ୍କୁ ୟୁକ୍ରେନ୍ କୃଷ୍ଣ ସାଗରର ସ୍ନେକ୍ ଆଇଲାଣ୍ଡ୍ରେ ବୁଡ଼ାଇ ଦେଇଛି। ୟୁକ୍ରେନ୍ ଡ୍ରୋନ୍ ରୁଷ୍ର ୨ଟି ରାପ୍ଟର ବୋଟ୍ ଧ୍ବଂସ କରିଦେଇଛି ବୋଲି ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ରୁଷ୍ ୟୁକ୍ରେନ୍ର ଏକ ଯୁଦ୍ଧ ବିମାନ ଖସାଇ ଦେଇଛି। ୟୁକ୍ରେନ୍ ସୀମା ସଂଲଗ୍ନ ଦକ୍ଷିଣ ରୁଷ୍ର ବେଲ୍ଗୋରଡ଼ ଅଞ୍ଚଳରେ ୟୁକ୍ରେନ୍ ୨ ଥର ବିସ୍ଫୋରଣ କରିଛି।। ରୁଷ୍ ଖାରକିଭରେ ଲଗାତାର ଆକ୍ରମଣ ଜାରି ରଖିଛି। ରବିବାର ଦିନ ଖାରକିଭର ଉତ୍ତର ଏବଂ ପୂର୍ବାଞ୍ଚଳରେ ରୁଷ୍ ଲଗାତାର ବିସ୍ଫୋରଣ କରିଥିଲା। ଇତି ମଧ୍ୟରେ ରୁଷ୍ ୟୁକ୍ରେନ୍କୁ ମିଳିଥିବା ପଶ୍ଚିମ ରାଷ୍ଟ୍ରର ଅସ୍ତ୍ର ସହାୟତାକୁ ଟାର୍ଗେଟ୍ କରି ଆକ୍ରମଣ ଆରମ୍ଭ କରିଦେଇଛି। ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରଦ୍ବାରା ୟୁକ୍ରେନ୍କୁ ଦିଆଯାଇଥିବା ଅସ୍ତ୍ରକୁ ଟାର୍ଗେଟ୍ କରି ରୁଷ୍ ଆକ୍ରମଣ କରିଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍ ସହର ଓଡ଼େଶା ନିକଟସ୍ଥ ଏକ ସାମରିକ ଏୟାରଫିଲ୍ଡର୍ ରନ୍ୱେକୁ ରୁଷ୍ ଧ୍ବଂସ କରିଦେଇଛି। ଏୟାରଫିଲ୍ଡରେ ଆକ୍ରମଣ ପାଇଁ ରୁଷ୍ ଉଚ୍ଚ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ର ମାଡ଼ କରିଛି। ଗତକାଲି ରାତିରେ ରୁଷ୍ ଖାରକିଭରେ ୟୁକ୍ରେନ୍ର ୨ଟି ସୁ-୨୪ ଏମ୍ ବମ୍ବର୍ ମଧ୍ୟ ଖସାଇ ଦେଇଛି।
ରୁଷ୍ର ପାଟ୍ରୋଲ୍ ବୋଟ୍ ଧ୍ବଂସ କଲା ୟୁକ୍ରେନ୍: ରୁଷ୍ ଅଞ୍ଚଳରେ ୨ ଥର ବିସ୍ଫୋରଣ, ଓଡ଼େଶାରେ ଆମେରିକା ଅସ୍ତ୍ରକୁ ଟାର୍ଗେଟ୍
/sambad/media/post_attachments/wp-content/uploads/2022/05/gjgdjdgjgdgjgjjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)