କିବ୍: ରୁଷିଆ-ୟୁକ୍ରେନ ଯୁଦ୍ଧର ମୋଡ ଦିନକୁ ଦିନ ବଦଳିବାରେ ଲାଗିଛି । ରଷ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ୟୁକ୍ରେନ । ରୁଷର କୁର୍ସ୍କ ଅଞ୍ଚଳର ଅନ୍ୟ ଏକ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଥିବା ୟୁକ୍ରେନ ସେନା ଦାବି କରିଛି ।
ଯଦି ୟୁକ୍ରେନର ଏହି ଦାବି ସତ ହୁଏ ତେବେ ଋଷ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଏହା କ୍ରମାଗତ ଦ୍ୱିତୀୟ ବଡ ଝଟକା । ଏହା ରୁଷସେନାର ମନୋବଳକୁ ଆହୁରି ଭାଙ୍ଗିବ। ଦୁଇ ସପ୍ତାହ ମଧ୍ୟରେ ଏହି ଦ୍ବିତୀୟ ବଡ଼ ଧରଣର ବିପର୍ଯ୍ୟୟ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। କିଛି ମାସ ତଳେ ପୁଟିନ୍ ଭାବି ନଥିବେ ଯେ ରୁଷିଆର ଅସ୍ତ୍ରଶସ୍ତ୍ର ଆଗରେ ପ୍ରାୟ ମୁଣ୍ଡ ନୁଆଁଇଥିବା ୟୁକ୍ରେନ୍ ଏଭଳି ଭାବେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବ।
କିନ୍ତୁ ଏବେ ୟୁକ୍ରେନ ସେନା ଲଗାତାର ଋଷ ଉପରେ ଆକ୍ରମଣ ଜାରି ରଖିଛି । ଇତିମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଦୁଇ ସପ୍ତାହ ପୂର୍ବରୁ ରୁଷିଆ ସୀମାରେ ପ୍ରବେଶ କରିବା ପରେ ପ୍ରଥମ ଥର ପାଇଁ ସୀମାନ୍ତ ଅଞ୍ଚଳ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର-ପୂର୍ବ ୟୁକ୍ରେନର ସୁମି ଅଞ୍ଚଳ ଗସ୍ତ କରିଥିଲେ। ୟୁକ୍ରେନର ସାମରିକ କମାଣ୍ଡରଙ୍କ ସହ ଏକ ବୈଠକରେ ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ସେନା କୁର୍ସ୍କ ଅଞ୍ଚଳରେ ଅନ୍ୟ ଏକ ଜନବସତିକୁ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-22-at-20.19.15.jpeg)