କିଭ୍: ୟୁକ୍ରେନ୍ କହିଛି ଯେ, ରୁଷିଆ ଆକ୍ରମଣର ମୁକାବିଲା କରିବା ପାଇଁ ଆସନ୍ତା ୨୦୨୬ ବର୍ଷ ଅତି କମରେ ୧୨୦ ବିଲିୟନ ଡଲାର ଏବଂ ଯୁଦ୍ଧ ଶେଷ ହେବା ପରେ ମଧ୍ୟ ନିଜର ସେନାକୁ ବଜାୟ ରଖିବା ପାଇଁ ସମାନ ପରିମାଣର ଅର୍ଥ ଆବଶ୍ୟକ ହେବ।
ୟୁକ୍ରେନ ପ୍ରତିରକ୍ଷା ପାଇଁ ସବୁଠାରୁ ଅଧିକ ଖର୍ଚ୍ଚ କରୁଛି। ୟୁକ୍ରେନ ଏହାର ସମ୍ପୂର୍ଣ୍ଣ ଆର୍ଥିକ ଉତ୍ପାଦନର ପ୍ରାୟ ଏକ ତୃତୀୟାଂଶ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରୁଛି ଏବଂ ଏହାର ଅର୍ଥନୀତିକୁ ବଞ୍ଚାଇବା ପାଇଁ ଏହାର ପଶ୍ଚିମ ମିତ୍ରମାନଙ୍କଠାରୁ ଆର୍ଥିକ ସହାୟତା ଉପରେ ନିର୍ଭର କରୁଛି ବୋଲି ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଡେନିସ୍ ଶ୍ମିଗାଲ୍ ଏହା କହିଛନ୍ତି।
କିଭ୍ରେ ଏକ ସମ୍ମିଳନୀରେ ଭାଷଣ ଦେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଡେନିସ୍ ଶ୍ମିଗାଲ୍ କହିଛନ୍ତି ଯେ, ଯଦି ଯୁଦ୍ଧ କ୍ଷେତ୍ରରେ ରୁଷିଆଠାରୁ ପଛରେ ପଡ଼େ ତେବେ ତାଙ୍କ ଦେଶ ଅଧିକ ଅଞ୍ଚଳ ହରାଇବାର ଆଶଙ୍କା ରହିଛି। ସେ କହିଛନ୍ତି ମୁଁ କହିବାକୁ ଚାହୁଁଛି, ଯଦି ଯୁଦ୍ଧ ଜାରି ରହେ, ତେବେ ଆମକୁ ଆଗାମୀ ବର୍ଷ ପାଇଁ ଅତି କମରେ ୧୨୦ ବିଲିୟନ ଡଲାର ଆବଶ୍ୟକ ହେବ।
ସେ କହିଛନ୍ତି, ଯଦି ଯୁଦ୍ଧ ଶେଷ ହୁଏ, ତଥାପି ୟୁକ୍ରେନକୁ ନିଜର ସେନାକୁ ଭଲ ଅବସ୍ଥାରେ ରଖିବା ପାଇଁ ସମାନ ପରିମାଣର ଟଙ୍କାର ଆବଶ୍ୟକତା ପଡ଼ିବ ଏବଂ ରୁଷିଆ ଯେକୌଣସି ସମୟରେ ମଧ୍ୟ ଆକ୍ରମଣ କରିପାରେ। ତେଣୁ ୟୁକ୍ରେନ ରୁଷିଆର ସମ୍ପତ୍ତି ଜବତ କରି ଏହାକୁ ବିକ୍ରି କରିବାକୁ ପରାମର୍ଶ ଦେଇଛି
ସେ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ପଶ୍ଚିମରେ ଗଚ୍ଛିତ ରୁଷିଆର ସମ୍ପତ୍ତି ଜବତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସାଢ଼େ ତିନି ବର୍ଷର ଯୁଦ୍ଧ ପରେ ୟୁକ୍ରେନୀୟମାନେ ବଡ଼ ଧରଣର ଟିକସ ବୋଝର ସମ୍ମୁଖୀନ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/17/ukraine-needs-120-billion-dollar-to-fight-russia-by-2026-western-allies-2025-09-17-12-09-38.jpg)