ବେଜିଂ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ରୁଷ୍ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ନିକଟରେ ଟେଲିଫୋନ୍ରେ କଥା ହୋଇଛନ୍ତି। ପୁଟିନଙ୍କ ସହ କଥା ହେବା ସମୟରେ ଜିନପିଙ୍ଗ କହିଛନ୍ତି, ୟୁକ୍ରେନ୍ ପ୍ରସଙ୍ଗରେ ଶାନ୍ତି କଥାବାର୍ତ୍ତା ଏତେ ସହଜ ହେବନାହିଁ । ଚୀନ୍ର ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି।
ଅନ୍ତର୍ଜାତୀୟ ପ୍ରସଙ୍ଗରେ ବେଜିଂ ଏବଂ ମସ୍କୋ ଏକାଠି କାମ କରିବା ଉଚିତ ଏବଂ ପରସ୍ପରକୁ ସହଯୋଗ କରିବା ଉଚିତ ବୋଲି ଜିନପିଙ୍ଗ ପୁଟିନଙ୍କୁ କହିଛନ୍ତି। ରୁଷ୍ କେବେ ବି କୂଟନୈତିକ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ମନା କରିନାହିଁ ବୋଲି ପୁଟିନ ଜିନପିଙ୍ଗଙ୍କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/56-15.jpg)