ଆମେ କାହାକୁ ଡ଼ରୁନାହୁଁ: ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ଋଷ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେବା ଘଟଣାକୁ ନେଇ ୟୁକ୍ରେନ ଖପ୍ପା ହୋଇଛି | ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ଯେ ୟୁକ୍ରେନ କାହାକୁ ଭୟ କରେ ନାହିଁ। ପୂର୍ବ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଂଚଳର ସ୍ୱାଧୀନତାକୁ ଋଷ ସ୍ୱୀକୃତି ଦେଇଥିବାବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୈନ୍ୟ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୟରେ, ଆମେରିକା, ମେକ୍ସିକୋ ଏବଂ ପାଞ୍ଚଟି ୟୁରୋପୀୟ ଦେଶଙ୍କ ଅନୁରୋଧ କ୍ରମେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସୋମବାର ରାତିରେ ଏକ ଜରୁରୀ ବୈଠକ ଡାକିଛି। ମଙ୍ଗଳବାର ଦିନ ମସ୍କୋ ଉପରେ ନୂଆ କଟକଣା ଲାଗୁ କରାଯିବ ବୋଲି ଆମେରିକା କହିଛି। ହ୍ୱାଇଟ ହାଉସର ମୁଖପାତ୍ର ସୋମବାର କହିଛନ୍ତି ଯେ ଆଜି ଋଷିଆର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ନୂଆ କଟକଣା ଘୋଷଣା କରିବାକୁ ଯୋଜନା କରୁଛୁ। ୟୁକ୍ରେନରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ପଶ୍ଚିମ ୟୁକ୍ରେନର ଲଭିଭ ସହରରୁ ଏହାର ଦୂତାବାସକୁ ସ୍ଥାନାନ୍ତର କରିଛି |

ଆମେରିକା ଏହାର ଦୂତାବାସକୁ ଅନ୍ୟ ଦେଶ ପୋଲାଣ୍ଡକୁ ସ୍ଥାନାନ୍ତର କରିଛି । ଏହାପୂର୍ବରୁ ଆମେରିକା କ୍ବିଭରୁ ନିଜ ଦୂତାବାସ ଲଭିଭକୁ ସ୍ଥାନାନ୍ତର କରିଥିଲା | ଆଉ ବର୍ତ୍ତମାନ ୟୁକ୍ରେନରୁ ପୋଲାଣ୍ଡକୁ ଦୂତାବାସ ସ୍ଥାନାନ୍ତର କରିଛି |

ସମ୍ବନ୍ଧିତ ଖବର