ନୂଆଦିଲ୍ଲୀ : ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ କରି କଥା ହୋଇଛନ୍ତି। ଜେଲେନସ୍କି ଏକ ଟ୍ବିଟ୍ କରି ମୋଦୀଙ୍କ ସହ କଥା ହୋଇଥିବା କହିଛନ୍ତି। ସେ ମୋଦୀଙ୍କୁ କିବ୍ ସ୍ଥିତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ୟୁକ୍ରେନ୍ରେ ଏବେ ୧ ଲକ୍ଷରୁ ଅଧିକ ରୁଷ୍ ସୈନିକ ଅଛନ୍ତି। ସେମାନେ ସାଧାରଣ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍ କରି ଆକ୍ରମଣ କରୁଛନ୍ତି। ତେଣୁ ଜାତିସଂଘରେ ଭାରତ ୟୁକ୍ରେନ୍କୁ ରାଜନୈତିକ ସହଯୋଗ କରିବା ପାଇଁ ଜେଲେନସ୍କି ମୋଦୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ୟୁକ୍ରେନ୍ରେ ଧନଜୀବନର କ୍ଷୟକ୍ଷତି ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଶାନ୍ତି ଆଲୋଚନା ପାଇଁ ପ୍ରୟାସ କରିବାକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକାଲି ୟୁକ୍ରେନ ବିଦେଶ ମନ୍ତ୍ରୀ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ୍ ଜୟଶଙ୍କରଙ୍କ ସହ ଫୋନ୍ କରି କଥା ହୋଇଥିଲେ ଏବଂ ୟୁଏନ୍ଏସସିରେ ଭାରତଠାରୁ ସହଯୋଗ ଚାହିଥିଲେ। ଇତି ମଧ୍ୟରେ ରୁଷ୍ ଭାରତର ନିରପେକ୍ଷ ସ୍ଥିତିକୁ ପ୍ରଶଂସା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/FotoJet-2022-02-26T193024.jpg)