ନିଜ ଜୀବନ ବଞ୍ଚାଇ ଫେରିଯାଅ; ଶାନ୍ତି ଆଲୋଚନା ପୂର୍ବରୁ ଋଷ ସେନାକୁ ଏଭଳି କହିଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୫ଦିନ ହେଲାଣି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଅନେକ ଲୋକଙ୍କ ପ୍ରାଣହାନୀ ହେବା ପରେ ଆଜି ଦୁଇ ଦେଶ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଯାଉଛନ୍ତି। ବେଲାରୁଷ ‌ସୀମାରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରିବାକୁ ଥିବା ବେଳେ ଏବେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଋଷ ସେନାକୁ ପଛକୁ ଫେରିଯିବାକୁ କହିଛନ୍ତି।

ୟୁକ୍ରେନର ନାଗରିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, “ଯେତେବେଳେ ମୁଁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ୁଥିଲି, ମୁଁ କହିଥିଲି ଯେ ଆମ ସମସ୍ତେ ରାଷ୍ଟ୍ରପତି । କାରଣ ଆମେ ସମସ୍ତେ ମିଶି ହିଁ ୟୁକ୍ରେନକୁ ସୁରକ୍ଷା କରିଦେଇପାରିବା। ବର୍ତ୍ତମାନ ସ୍ଥିତିରେ ଆମେ ସମସ୍ତେ ଜଣେ ଜଣେ ଯୋଦ୍ଧା। ଋଷ ସେନା ନିଜ ନିଜର ଜୀବନ ବଞ୍ଚାଇ ପଛକୁ ଫେରିଯିବାରେ ହିଁ ସମସ୍ତଙ୍କର ମଙ୍ଗଳ ହେବ। ବେଲାଋଷ ସୀମାରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ଜେଲେନସ୍କି ଏଭଳି କହିଛନ୍ତି। ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ ଋଷ ସହିତ କଥାବାର୍ତ୍ତାର ମୂଳ ଲକ୍ଷ୍ୟ ହେଉଛି ତୁରନ୍ତ ଅସ୍ତ୍ରବିରତି ଏବଂ ଋଷର ସୈନ୍ୟମାନଙ୍କୁ ଦେଶରୁ ପ୍ରତ୍ୟାହାର କରିବା। ଏହାପୂର୍ବରୁ ଜେଲେନସ୍କି କହିଥିଲେ ଯେ ଋଷର ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିବାକୁ ଚାହୁଁଥିବା ସମସ୍ତ ୟୁକ୍ରେନ ନାଗରିକଙ୍କୁ ସରକାର ଅସ୍ତ୍ର ପ୍ରଦାନ କରିବେ।

Ukraine tense, India asks citizens to leave | Latest News India - Hindustan Times

ଏହା ପୂର୍ବରୁ ୟୁକ୍ରେନ ସରକାର ଦାବି କରିଥିଲେ ଯେ, ଋଷ ଦେଶ ଉପରେ ଆକ୍ରମଣ କରିବା ପରଠାରୁ ୩୫୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ୪୫୦୦ ରୁଷ ସୈନ୍ୟ ନିହତ ହୋଇଛନ୍ତି। ହେଲେ ଋଷ ଏପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା ପ୍ରକାଶ କରି ନାହିଁ।

ସମ୍ବନ୍ଧିତ ଖବର