କିବ୍: ମଧ୍ୟପ୍ରାଚ୍ୟ ଜଳୁଛି। ଇରାନ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ବିମାନ ଘାଟି ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରୁଛି। ଏହି ସମୟରେ, ୟୁକ୍ରେନିୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଏକ ପ୍ରସ୍ତାବ ଦେଇଛନ୍ତି। ବ୍ଲୁମବର୍ଗ ସହିତ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ମାସର ଅସ୍ତ୍ରବିରତି ପାଇଁ ରାଜି କରାନ୍ତି, ତେବେ ୟୁକ୍ରେନ ସେମାନଙ୍କୁ ଇରାନୀ ଡ୍ରୋନ୍ ଆକ୍ରମଣରୁ ରକ୍ଷା କରିବ।
ଜେଲେନସ୍କି କହିଛନ୍ତି, ସେ ଇରାନୀ ଡ୍ରୋନଗୁଡ଼ିକୁ ଅଟକାଇବା ପାଇଁ ମଧ୍ୟପ୍ରାଚ୍ୟକୁ ତାଙ୍କର ସର୍ବୋତ୍ତମ ବିଶେଷଜ୍ଞ ପଠାଇବାକୁ ପ୍ରସ୍ତୁତ। ୟୁକ୍ରେନ ଦୀର୍ଘ ସମୟ ଧରି ରୁଷ ସହିତ ଯୁଦ୍ଧ କରୁଛି ଏବଂ ଡ୍ରୋନ୍ଗୁଡ଼ିକୁ ଖସାଇବାରେ ବ୍ୟାପକ ଅଭିଜ୍ଞତା ହାସଲ କରିଛି। ତାଙ୍କ ସେନା ଆକାଶରେ ଅନେକ ଉଚ୍ଚ-ପ୍ରଯୁକ୍ତି ଯୁକ୍ତ ରୁଷୀୟ ଡ୍ରୋନ୍କୁ ଖସାଇ ଦେଇଛି। ଜେଲେନସ୍କି ଦାବି କରିଛନ୍ତି ଯେ ଏପର୍ଯ୍ୟନ୍ତ ୟୁକ୍ରେନ ବିରୋଧରେ ୫୭ ହଜାର ଡ୍ରୋନ୍ ବ୍ୟବହାର କରାଯାଇଛି। ସେଥି ମଧ୍ୟରୁ ଅଧିକାଂଶ ୟୁକ୍ରେନୀୟ ସେନା ଖସାଇ ଦେଇଛି। ହଜାର ହଜାର ଡ୍ରୋନ୍କୁ ତେହେରାନ ମସ୍କୋ ପଠାଇଛି। ଆମେ ଇରାନୀ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ କିପରି ମୁକାବିଲା କରିବେ ତାହା ଜାଣିଛୁ।
ଆହୁରି ପଢନ୍ତୁ- Grievance: ଅଭିଯୋଗ ଶୁଣାଣିକୁ ପ୍ରଶାସନିକ ଅଧିକାରୀ ଦେଉ ନାହାନ୍ତି କି ଗୁରୁତ୍ବ?
ୟୁକ୍ରେନୀୟ ରାଷ୍ଟ୍ରପତି କହିଛନ୍ତି, ମୁଁ ଇରାନ ଦ୍ୱାରା ପ୍ରଭାବିତ ମଧ୍ୟପ୍ରାଚ୍ୟ ଦେଶମାନଙ୍କୁ ଏକ ପରାମର୍ଶ ଦେବାକୁ ଚାହେଁ। ପ୍ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ରୁଷ ସହିତ ଭଲ ସମ୍ପର୍କ ଅଛି। ତେଣୁ, ସେମାନେ ରୁଷକୁ ଏକ ମାସ ପାଇଁ ଅସ୍ତ୍ରବିରତି ଅନୁରୋଧ କରିପାରିବେ। ଯଦି ରୁଷ ରାଜି ହୁଏ, ତେବେ ୟୁକ୍ରେନ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ସହାୟତା କରିବାକୁ ପ୍ରସ୍ତୁତ।
ଜେଲେନ୍ସକି କହିଛନ୍ତି ଯେ ଇରାନ ଯେଉଁ ହାରରେ ଆକ୍ରମଣ କରୁଛି, ସେହି ହାରରେ ଏହି ଯୁଦ୍ଧ ଦୁଇ ସପ୍ତାହ କିମ୍ବା ଦୁଇ ମାସ ପର୍ଯ୍ୟନ୍ତ ଚାଲିପାରେ। ସୂଚନାଯୋଗ୍ୟ,ୟୁକ୍ରେନ ଲଗାତାର ନିଃସର୍ତ୍ତ ଅସ୍ତବିରତି ପାଇଁ ଆହ୍ୱାନ ଦେଇଆସିଛି। କିନ୍ତୁ ମସ୍କୋ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି।
ଆହୁରି ପଢନ୍ତୁ- Malaysia PM: ଇରାନ ସମର୍ଥନରେ ବିବୃତି ଜାରି କରି ସମସ୍ୟାରେ ମାଲେସିଆ: କ୍ଷମତା ଦଖଲ ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ଅନୱର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/03/ukraine-president-2026-03-03-18-02-22.jpeg)