କିବ: ରୁଷ୍ ସହିତ ଅସ୍ତ୍ରବିରତି ପ୍ରସ୍ତାବକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରିଛି। ରୁଷ୍ ଉପରେ ଏହି ଦେଶର ଭରସା ପାଉନାହିଁ। ଯଦି ଲଢ଼େଇ ସାମୟିକ ଭାବେ ବନ୍ଦ ରହେ ତାହା ପରେ ଯେଉଁ ଆକ୍ରମଣ ହେବ ତାହାର ମାତ୍ରା ଅଧିକ ରହିବ। ରୁଷିଆ ୟୁକ୍ରେନକୁ ଏହାର ଅଞ୍ଚଳ ସହିତ ମିଶାଇବାକୁ ଉଦ୍ୟମ କରୁଛି। ତେଣୁ ରୁଷିଆର କୌଣସି କାର୍ଯ୍ୟକୁ କିବ୍ ବିଶ୍ବାସ କରିପାରିବ ନାହିଁ ବୋଲି ଜେଲେନସ୍କିଙ୍କ ଉପଦେଷ୍ଟା ମାଇଖାଇଲୋ ପୋଡୋଲୟାକ କହିଛନ୍ତି। ସେ କହିଛନ୍ତି ରୁଷ ବଡ଼ଧରଣର ଆକ୍ରମଣ କରିପାରେ। ଡୋନବାସ ଅଞ୍ଚଳରେ ରୁଷ୍ର ଆକ୍ରମଣ ବ୍ୟାପକ ହୋଇଛି। ବନ୍ଦର ସହର ମାରିୟୁପୋଲକୁ ରୁଷ୍ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେବାପରେ ଏବେ ଅନ୍ୟ ସହରକୁ ଟାର୍ଗେଟ୍ କରୁଛି। ଡୋନବାସରେ ପରିସ୍ଥିତି ଅତି ଭୟଙ୍କର ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି। ରୁଷ ସେନା ସ୍ଲୋଭିଆନସ୍କ ଏବଂ ଅଂଚଳରେ ମଧ୍ୟ ପ୍ରଚଣ୍ଡ ଆକ୍ରମଣ ଚଳାଇଛି। କିନ୍ତୁ ୟୁକ୍ରେନ ସେନା ସେମାନଙ୍କ ଅଗ୍ରଗତିରେ ବାଧକ ସାଜିଛନ୍ତି। ନାଟୋ ଅସ୍ତ୍ରକୁ ଟାର୍ଗେଟ୍ କରି ରୁଷ୍ର ଆକ୍ରମଣ ବଢ଼ିବାରେ ଲାଗିଛି।
ଅସ୍ତ୍ର ବିରତିକୁ ୟୁକ୍ରେନର ପ୍ରତ୍ୟାଖ୍ୟାନ
/sambad/media/post_attachments/wp-content/uploads/2022/05/ukrine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)