ୟୁକ୍ରେନ-ରୁଷିଆ ଆଲୋଚନା ବିଫଳ, ଆହୁରି ତୀବ୍ର ହେବ ଆକ୍ରମଣ

ୟୁରୋପୀୟ ସଂଘରେ ମିଶିବ ୟୁକ୍ରେନ !

ମସ୍କୋ : ଯୁଦ୍ଧ ବନ୍ଦ ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନା ଶେଷ ହୋଇଛି । ତେବେ ଏହି ଆଲୋଚନାରେ ଉଭୟ ପକ୍ଷ ମଧ୍ୟରେ କୌଣସି ସହମତି ହୋଇପାରି ନାହିଁ । ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ନିଜ ନିଜ ସରକାରଙ୍କ ସହ ବିଚାରବିମର୍ଷ ପାଇଁ ଉଭୟ ଦେଶର ପ୍ରତିନିଧିମଣ୍ଡଳ ଫେରିଯାଇଛନ୍ତି ।

ୟୁକ୍ରେନ-ବେଲାରୁଷ୍ ସୀମା ନିକଟରେ ଥିବା ପ୍ରିପାଟ୍ ନଦୀ ନିକଟରେ ହୋଇଥିବା ଏହି ଆଲୋଚନା ଉପରେ ସମଗ୍ର ବିଶ୍ବର ନଜର  ରହିଥିଲା । ଏପରିକି ଆସନ୍ତା ୨୪ ଘଣ୍ଟା ୟୁକ୍ରେନ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଥିଲେ । କିନ୍ତୁ କଥାବାର୍ତ୍ତା ବିଫଳ ହେବା ପରେ ଯୁଦ୍ଧ ଆହୁରି ଘମାଘୋଟ ହେବା ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ୟୁକ୍ରେନକୁ ୟୁରୋପୀୟ ସଂଘରେ ସାମିଲ କରିବାକୁ ଏକ ଆବେଦନରେ ସ୍ବାକ୍ଷର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୫ମ ଦିନରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ୩୫୨ ଜଣ ସାଧାରଣ ଲୋକ ମୃତ୍ୟୁବରଣ କରିଥିବାବେଳେ ଉଭୟ ପକ୍ଷର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିସାରିଲେଣି । ଏହି ସଂକଟ ଉପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଛି । ରୁଷିଆର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ଏଣୁ ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଃସର୍ତ୍ତ ସୈନ୍ୟ ପ୍ରତ୍ୟାହାର କରୁ । ଏହା ସହିତ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ପାଳନ କରୁ ।

 

ସମ୍ବନ୍ଧିତ ଖବର